କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଓ ଗୋଛାପଡା ଥାନା ଇଲାକାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଶିକ୍ଷକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।ଗତବର୍ଷ ନଭେମ୍ବର ୨୧ ତାରିଖରେ ଛାତ୍ରୀଜଣକ ଫୁଲବାଣୀ ଠାରେ ଚାଲିଥିବା ବିଜ୍ଞାନ ମେଳାରେ ଭାଗ ନେବାକୁ ଉକ୍ତ ଶିକ୍ଷକଙ୍କ ସହ ଯାଇଥିଲେ। ଫେରିବା ବେଳେ ସନ୍ଧ୍ୟା ହୋଇ ଥିବାରୁ ଏହାର ସୁଯୋଗ ନେଇ ନିଛାଟିଆ ଜଙ୍ଗଲକୁ ନେଇ ଶିକ୍ଷକ ଜଣକ ତାଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ କରିଥିଲେ। କାହାକୁ କିଛି ନ କହିବା ପାଇଁ ଧମକ ଦେଇ ଘରେ ନେଇ ଛାଡିଥିଲେ। ଏହାପରେ ସ୍କୁଲରେ ତାଙ୍କ ସହ ୬ ଥର ଶାରୀରିକ ସମ୍ପର୍କ ରଖିଥିଲେ।ଛାତ୍ରୀଜଣକ ଅସୁସ୍ଥ ଅନୁଭବ କରିବାରୁ ପରିବାରବର୍ଗ ବାରମ୍ବାର ପଚାରିବା ପରେ ସେ ଘଟଣା ବିଷୟରେ କହିଥିଲେ। ପରିବାର ପକ୍ଷରୁ ଗୋଛାପଡା ଥାନାରେ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।










