କଟକ: ହୋଲି ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ କଟକରେ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ । ବ୍ଲକିଙ୍ଗ ଜୋରଦାର କରାଯିବା ସହ ମଦୁଆଙ୍କୁ ସ୍ୱତନ୍ତ୍ର ଧ୍ୟାନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ମଦ ପିଇ ଗାଡି ଚଳାଇଲେ ଗାଡି ଜବତ ସହ ଗିରଫ କରାଯିବ । ଶୃଙ୍ଖଳିତ ଭାବେ ହୋଲି ଖେଲିବା ପାଇଁ ଡିସିପି ଲୋକମାନଙ୍କୁ ଅପିଲ କରିଛନ୍ତି ।










