ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଦେବ ୩ ପ୍ରାର୍ଥୀ । ୫ ତାରିଖରେ ବିଜେପିର ୩ ପ୍ରାର୍ଥୀ ଭରିବେ ନାମାଙ୍କନ । ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । ୩ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ନିଆଗଲା ବିଧାୟକଙ୍କ ଦସ୍ତଖତ । ଏଥିସହିତ ନାମାଙ୍କନ ସମୟରେ ଉପସ୍ଥିତି ରହିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ରାଜ୍ୟସଭା ଅଙ୍କକୁ ଦେଖିବାକୁ ଗଲେ, ଦତ୍ତେଶ୍ୱର ହୋତା କମନ କ୍ୟାଣ୍ଡିଡେଟ ହୋଇଛନ୍ତି ବିଜେଡିରୁ ଏବଂ କଂଗ୍ରେସ ମଧ୍ୟ ତାଙ୍କୁ ସମର୍ଥନ କରିଛି । କଂଗ୍ରସର ୧୫ ତା ସହିତ ବିଜେଡିର ବଳକା ଭୋଟ ୧୮ ରହିଛି, ଏହା ମିଶି ୩୩ ରହିଛି । କିନ୍ତୁ ୪ର୍ଥ ଆସନ ପାଇଁ ବିଜେପିକୁ ଦଖଲ କରିବା ପାଇଁ ଯାହା ତାଙ୍କ ପାଖେ ସଂଖ୍ୟା ରହିଛି ୨ଟି ସିଟ ଛାଡି ଆହୁରି ୨୨ଟି ବିଧାୟକ ରହୁଛନ୍ତି। ୨୨ ବିଧାୟକ ପରେ ଆଉ ୮ଟି ଭୋଟର ଆବଶ୍ୟକତା ରହିଛି । ତେଣୁ ଏହି ୮ଟି ଭୋଟ ବିଜେପି କିଭଳି ଆଣିବ , ୪ର୍ଥ ସିଟ ଦଖଲ କରିବା ପାଇଁ କଣ ପ୍ଲାନ କରିବ ବିଜେପି ତାକୁ ନେଇ ଚର୍ଚ୍ଚା । ହେଲେ ବଡ କଥା ହେଉଛି ପିସିସି ସଭାପତି ଭକ୍ତ ଦାସଙ୍କ କହିବା ଅନୁସାରେ ଏହି ରାଜ୍ୟସଭା ନିର୍ବାଚନରେ କଣ କ୍ରସ ଭୋଟିଂ ବା ଘୋଡା ବେପାର ଭଳି ନିର୍ବାଚନ ହେବ କି ତାହା ଏକ ବଡ ପ୍ରଶ୍ନ ।
ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନ ପାଇଁ , ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ସଂତୃପ୍ତ ମିଶ୍ର ତୃତୀୟ, ଡାକ୍ତର ଦତ୍ତେଶ୍ୱର ହୋତା ଚତୁର୍ଥ ଆସନ ବା କମନ କ୍ୟାଣ୍ଡିଡେଟ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ କରି ଦତ୍ତେଶ୍ୱର ହୋତାଙ୍କୁ ବିଜେଡି କମନ କ୍ୟାଣ୍ଡିଡେଟ କରିବା ନେଇ ଭକ୍ତ ଦାସ ମତ ରଖି କହିଥିଲେ ଗତ ସୋମବାର ନବୀନଙ୍କ ସହ ମୋର ଆଲୋଚନା ହୋଇଥିଲା । ତଦନୁଯାୟୀ ନବୀନ ବାବୁ କମନ କ୍ୟାଣ୍ଡିଡେଟ ଘୋଷଣା କରିଛନ୍ତି । ଆମେ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇଛୁ ଓ ଅନୁମତି ମଧ୍ୟ ନେଇଛୁ । କମନ କ୍ୟାଣ୍ଡିଡେଟଙ୍କ ଉପରେ ଚାପ ସୃଷ୍ଟି କରା ନ ଯାଉ । ଚାପର ବଶବର୍ତ୍ତୀ ହୋଇ ସେ ପ୍ରାର୍ଥିତ୍ୱ ପ୍ରତ୍ୟାହାର ନକରନ୍ତୁ । ୨ ତାରିଖରେ ଘୋଡା ବେପାର ରୋକିବା ପାଇଁ ପଦକ୍ଷେପ ନେବୁ । ଘୋଡା ବେପାର ବନ୍ଦ କରି କମନ କ୍ୟାଣ୍ଡିଡେଟ ଜିତାଇବା ଲକ୍ଷ୍ୟ ରଖାଯାଇଛି ।










