31.1 C
Bhubaneswar
Thursday, February 26, 2026
Homeଓଡିଶାହଳଦିଆପଦରରେ ପହଞ୍ଚିଲେ ଟେକ୍ନିକାଲ ଟିମ

ହଳଦିଆପଦରରେ ପହଞ୍ଚିଲେ ଟେକ୍ନିକାଲ ଟିମ

ବ୍ରହ୍ମପୁର:  ବ୍ରହ୍ମପୁର ହଳଦିଆ ପଦର ଓଭରବ୍ରିଜ ଢାଞ୍ଚାଗତ ତ୍ରୁଟି ପ୍ରସଙ୍ଗ । ହଳଦିଆ ପଦର ବ୍ରିଜକୁ ଯାଇ ଅନୁଧ୍ୟାନ କରୁଛନ୍ତି ଟେକ୍ନିକାଲ ଟିମ । ହଳଦିଆ ପଦରରେ ୫ ଜଣିଆ ବୈଷୟିକ ଟିମ ବର୍ତ୍ତମାନ ଅନୁଧ୍ୟାନ କରୁଛନ୍ତି । ଗତ ୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ପରେ ଏହି ଅନୁଧ୍ୟାନ ଚାଲିଛି । ବ୍ରିଜର ଢାଞ୍ଚାଗତ ତ୍ରୁଟି ପରଖୁଛନ୍ତି ବୈଷୟିକ ଟିମ । ବ୍ରିଜ ନିର୍ମାଣ ବେଳେ ଢାଞ୍ଚା ବଦଳାଇବା ନେଇ ଅଭିଯୋଗ ହୋଇଥିଲା । ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ସାନଖେମୁଣ୍ଡି ବିଧାୟକ ରମେଶ ଜେନ୍ନା ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ । ଗତ ୧୬ ତାରିଖରେ ଟେକ୍ନିକାଲ ଟିମ ଆସିବା ନେଇ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ବାରମ୍ବାର ଅସନ୍ତୋଷ ପରେ ଆଜି ଟିମ ଆସିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking