ରାୟପୁର: ଛତିଶଗଡ ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ । ବିଜାପୁର ଇନ୍ଦ୍ରାବତୀ ନଦୀ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ଟଳିଛନ୍ତି । ସେମାନଙ୍କ ପାଖରୁ ଏସଏଲଆର ରାଇଫଲ, ଇନସାସ ରାଇଫଲ ସହ ବିସ୍ଫୋରକ ଜବତ କରାଯାଇଛି । ତେବେ ଧୀରେ ଧୀରେ ମାଓମୁକ୍ତ ହେଉଛି ରାଜ୍ୟ । ଅନ୍ୟପଟେ ସରକାରଙ୍କୁ ସର୍ତ୍ତ ଦେଇ ଆତ୍ମ ସମର୍ପଣ ମଧ୍ୟ କରୁଛନ୍ତି । ସୂଚନାଥାଉକି, ମାର୍ଚ୍ଚ ମାସ ଶେଷ ସୁଦ୍ଧା ମାଓମୁକ୍ତ ରାଜ୍ୟ କରାଯିବ ବୋଲି ଅମିତ ଶାହ ସୂଚନା ଦେଇଛନ୍ତି । ସେନେଇ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ଏବେବି ଜାରି ରହିଛି ।










