25.1 C
Bhubaneswar
Sunday, February 22, 2026
Homeଖେଳଭାରତକୁ ୭୬ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ଭାରତକୁ ୭୬ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ: ସୁପର-୮ ମୁକାବିଲାର ପ୍ରଥମ ମ୍ୟାଚରେ ଭାରତର ବଡ଼ ପରାଜୟ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ଓ ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମେ ଟସ ଜିତି ଦକ୍ଷିଣଆଫ୍ରି୍କା ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ଭାରତ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପ୍ରଥମ ଇନିଂସରେ ଦକ୍ଷିଣଆଫ୍ରିକା ୭ ଓ୍ବିକେଟ ହରାଇ ୧୮୭ ରନ ସଂଗ୍ରହ କରିଥିଲା। ଭାରତକୁ ୭୬ ରନରେ ହରାଇଲା ଦକ୍ଷିଣ ଆଫ୍ରିକା ଦଳ।୧୮୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦକ୍ଷିଣଆଫ୍ରିକା। ତେବେ ଭାରତ ମାତ୍ର ୧୧୧ ରନରେ ସମସ୍ତ ଓ୍ବିକେଟ୍ ହରାଇଛି । ଦଳ ପକ୍ଷରୁ ଶିଭମ ଦୁବେ ସର୍ବାଧିକ ୪୪ ରନ କରିଛନ୍ତି । ବାକି କୌଣସି ଖେଳାଳି ଆଜିର ମ୍ୟାଚରେ ବଡ଼ ପାଳି ଖେଳିପାରିନଥିଲେ । ଦଳର ୬ ଜଣ ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁପାରିନାହାନ୍ତି । ଭାରତ ଏକ ବଡ ପରାଜୟ ବରଣ କରିଛି। ଦକ୍ଷିଣଆଫ୍ରିକା ପକ୍ଷରୁ ମାର୍କେ ୟାନସନ ସର୍ବାଧିକ ୪ ଓ୍ବିକେଟ ଅକ୍ତିଆର କରିଥିବାବେଳେ କେଶବ ମହାରାଜ ୩ ଓ୍ବିକେଟ ଅକ୍ତିଆର କରିଛନ୍ତି । ମାକ୍ରମ ଗୋଟିଏ ଏବଂ ବୋସ ୨ ଟି ଓ୍ବିକେଟ୍ ନେଇଛନ୍ତି । ପଡିଆରେ ଦକ୍ଷିଣଆଫ୍ରିକାର ବୋଲରଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚରେ ମଧ୍ୟ ଅଭିଶେକ ଶର୍ମା ବଡ଼ ପାଳି ଖେଳିବେ ବୋଲି ପ୍ରଶଂସକ ଚାହିଁ ରହିଥିଲେ କିନ୍ତୁ ତାହା ଦେଖିବାକୁ ମିଳି ନଥିଲା । ସେ ୧୨ ବଲରୁ ମାତ୍ର ୧୫ ରନ କରିବାରେ ସକ୍ଷମ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking