28.3 C
Bhubaneswar
Thursday, June 18, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ । ଆଜି ବି ପ୍ରଶ୍ନକାଳରେ ଚାଲିପାରିଲାନି ଗୃହ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧି ହଟ୍ଟଗୋଳ କରିଥିଲେ । ଫଳରେ ଧୋଇ ହୋଇଗଲା ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ ମାଗଣା ବିଦ୍ୟୁତ ସେବା ପ୍ରସଙ୍ଗରେ  କଂଗ୍ରେସ ହଙ୍ଗାମା କରିଥିଲା। ଚାଷୀ ମାରଣା ନୀତି, ମଣ୍ଡି ଅବ୍ୟବସ୍ଥା ,ଟୋକନ ସମସ୍ୟା, କଟନୀ ଛଟନୀ ଏସବୁ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିରୋଧୀ ଦଳ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ପରେ ବାଚସ୍ପତି ସୁରମା ପାଢୀ ବିରୋଧୀଙ୍କୁ ନିଜସ୍ଥାନକୁ ଯିବା ପାଇଁ ଅନୁରୋଧ କରିଥିଲେ ହେଁ ସେମାନେ କଥାକୁ ଖାତିର ନକରି ନାରାବାଜି କରି ଗୃହକୁ ଚଳାଇ ଦେଇନଥିଲେ । ଏନେଇ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ସୂଚନାଥାଉକି, ଗତକାଲି ମଧ୍ୟ ଉକ୍ତ ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀ ସରକାରଙ୍କୁ ଘେରିଥିଲେ । ଯାହାଫଳରେ ଗୃହ କାର୍ଯ୍ୟ ଚାଲିପାରିନଥିଲା । ବାରମ୍ବାର ମୁଲତବୀ କରୁଥିଲେ ବାଚସ୍ପତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking