29.1 C
Bhubaneswar
Sunday, February 15, 2026
Homeଓଡିଶାପିତିରି ଛକ ସର୍ଭିସ୍ ରାସ୍ତା ଶୋଚନୀୟ

ପିତିରି ଛକ ସର୍ଭିସ୍ ରାସ୍ତା ଶୋଚନୀୟ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ପିତିରି ଛକରେ ସର୍ଭିସ୍ ରାସ୍ତା ଅବସ୍ଥା ଶୋଚନୀୟ। ଉଡୁଥିବା ଧୂଳିରେ ଜନଯାତ୍ରୀ ଅତିଷ୍ଠ ହୋଇ ଗଲେଣି। ସର୍ଭିସ ରାସ୍ତାରୁ ମୁଖ୍ୟ ରାଜପଥ ଉପରକୁ ଯିବାକୁ ହେଲେ ଧୂଳିର ବଳୟ ସୃଷ୍ଟି ହୋଇ ଧୂଳି କୁହୁଡିରେ ରାସ୍ତା ସମ୍ପୂର୍ଣ୍ଣ ଧୁଳିମୟ ହୋଇଯାଉଛି। ଫଳରେ ସେହି ରାସ୍ତାରେ ଗମନା ଗମନ କରୁଥିବା ପଥଚାରୀଙ୍କୁ ନାକେଦମ୍ କରୁଛି ସର୍ଭିସ୍ ରାସ୍ତା। ଏହି ଛକରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଓଭର୍ ବ୍ରିଜ୍ ରହିଛି। ତାଳଚେର ବହ୍ଲର ଛକରୁ ଆସିଥିବା ୫୩ ନମ୍ବର ଜାତୀୟ ରାଜପଥରୁ ପିତିରି ଛକ ଠାରୁ ୧୪୯ ନମ୍ବର ବିଶିଷ୍ଟ ଜାତୀୟ ରାଜପଥ ଆରମ୍ଭ ହୋଇଛି। ଏହି ରାଜପଥଟି ଖମାର, ପାଳଲହଡ଼ା, ରାଉରକେଲା ଅଭିମୁଖେ ଯାଇଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ପରଜଙ୍ଗ, ମୁକ୍ତାପଶି, କାମାକ୍ଷାନଗର ଦେଇ ସୁକିନ୍ଦା, ଡୁବୁରି, ଓ ଯାଜପୁର ଦିଗକୁ ଯାଇଛି। ଉଭୟ ରାଜପଥ ଉପରେ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଛୋଟ ବଡ ଗାଡ଼ି ସୁବିଧାରେ ବିଭିନ୍ନ ଦିଗକୁ ଯାତାୟତ କରିବା ପାଇଁ ପିତିରି ଛକରେ ଏକ ଉଚ୍ଚ ଓଭର ବ୍ରିଜ ନିର୍ମାଣ କରାଯାଇଛି।

ବର୍ତ୍ତମାନ ଏହି ଓଭର ବ୍ରିଜ ଉପରେ ସମସ୍ତ ଗାଡ଼ି ସୁବିଧାରେ ଯାତାୟତ କରୁଥିବା ବେଳେ ଓଭର ବ୍ରିଜ ତଳେ ଉଭୟ ପାର୍ଶ୍ୱରେ ରହିଥିବା ସର୍ଭିସ ରାସ୍ତା ମରଣଯନ୍ତା ପାଲଟିଛି। ଓଭର ବ୍ରିଜ ତଳେ ୧୪୯ ନମ୍ବର ଜାତୀୟ ରାଜପଥରେ ଯାତ୍ରୀ ଓ ସମସ୍ତ ଛୋଟ ବଡ ଗାଡ଼ି ଯାତାୟତ କରିବା ପାଇଁ ଉର୍ଦ୍ଦିଷ୍ଟ ଥିବାବେଳେ ଓଭର ବ୍ରିଜ ରାସ୍ତା ଆରମ୍ଭ ହୋଇଥିବା ରାସ୍ତାରୁ ଉଭୟ ପାର୍ଶ୍ୱରେ ରହିଛି ସର୍ଭିସ୍ ରାସ୍ତା। ବର୍ତମାନ ଏହି ସର୍ଭିସ ରାସ୍ତା ମଧ୍ୟରୁ ସରାଙ୍ଗ ପୁଲିସ ଫାଣ୍ଡି ପାର୍ଶ୍ୱ ସର୍ଭିସ୍ ରାସ୍ତା ଅତି ଦୟନୀୟ ଅବସ୍ଥାରେ ରହିଥିବାରୁ ପଥଚାରୀ ଓ ଛୋଟ ବଡ ଗାଡ଼ି ଚାଳକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସର୍ଭିସ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱ ବାଲି ଜମା ହୋଇ ରହିଥିବା ଦେଖିବାକୁ ମିଳିଛି। ଯାହାଫଳରେ ରାସ୍ତାରେ ଯାନବାହନ ଚଳାଚଳ କରୁଥିବା ସମୟରେ ରାସ୍ତାରୁ ଜମି ହେଇଥିବା ଧୂଳିରେ ଦୁଇ ଚକିଆ ଯାନ ଖସଡ଼ା ମାରି କେତେକ ମୋଟର ସାଇକେଲ ଆରୋହୀ ପଡ଼ିଯିବାର ଦେଖିବାକୁ ମିଳିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଜମାଟ ବାନ୍ଧି ରହିଥିବା ବାଲି ଧୂଳିରେ ଛୋଟ ଗାଡ଼ିରେ ଯାତାୟତ କରୁଥିବା ପଥଚାରୀ ଅତିଷ୍ଠ ହୋଇ ପଡୁଛନ୍ତି। ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜନସାଧାରଣରେ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking