23.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଭେଞ୍ଚର କ୍ୟାପିଟାଲ ସଂଗ୍ରହ କରିବା ଲାଗିଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍...

ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଭେଞ୍ଚର କ୍ୟାପିଟାଲ ସଂଗ୍ରହ କରିବା ଲାଗିଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍2.0 କୁ କ୍ୟାବିନେଟ ଅନୁମୋଦନ

ଭାରତର ବର୍ଦ୍ଧିତ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡ୍ସ 2.0 (ଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ 2.0) ପ୍ରତିଷ୍ଠାକୁ ଅନୁମୋଦନ କରିଛି। ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଭେଞ୍ଚର କ୍ୟାପିଟାଲ ସଂଗ୍ରହ କରିବା ପାଇଁ ଏଥିରେ ମୋଟ 10,000 କୋଟି ଟଙ୍କାର ପାଣ୍ଠି ଆବଣ୍ଟନ କରାଯାଇଛି।
ଏହି ଯୋଜନାର ଲକ୍ଷ୍ୟ ହେଉଛି ଦୀର୍ଘକାଳୀନ ଘରୋଇ ପୁଞ୍ଜି ସଂଗ୍ରହ, ଭେଞ୍ଚର କ୍ୟାପିଟାଲ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ସାରା ଦେଶରେ ନବୋନ୍ମେଷଆଧାରିତ ଉଦ୍ୟୋଗକୁ ସମର୍ଥନ କରି ଭାରତର ଷ୍ଟାର୍ଟଅପ୍ ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟକୁ ତ୍ୱରାନ୍ୱିତ କରିବା।
ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ 2.0 ହେଉଛି ଭାରତକୁ ବିଶ୍ୱର ଏକ ପ୍ରମୁଖ ଷ୍ଟାର୍ଟଅପ୍ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ପ୍ରୟାସର ପରିଣାମ। 2016ରେ ଷ୍ଟାର୍ଟଅପ୍ ଇଣ୍ଡିଆ ଆରମ୍ଭ ହେବା ପରଠାରୁ, ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହା500 ରୁ କମ୍ ଷ୍ଟାର୍ଟଅପରୁ ବୃଦ୍ଧି ପାଇ ଆଜି ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ଦ୍ୱାରା ସ୍ୱୀକୃତିପ୍ରାପ୍ତ 2 ଲକ୍ଷରୁ ଅଧିକ ଷ୍ଟାର୍ଟଅପରେପହଞ୍ଚଛି ।2025ରେ ସର୍ବାଧିକ ଷ୍ଟାର୍ଟଅପ୍ ପଞ୍ଜିକରଣ ହୋଇଛି ।

ଷ୍ଟାର୍ଟଅପ୍ ପାଇଁ ଫଣ୍ଡ ଅଫ୍ ଫଣ୍ଡସ୍‌ 1.0ର ସଫଳତାକୁଆଗକୁନିଆଯିବ

ଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ 2.0ଷ୍ଟାର୍ଟଅପ୍ ପାଇଁ ଫଣ୍ଡ ଅଫ୍ ଫଣ୍ଡସ୍‌ 1.0ର (ଏଫଏଫଏସ 1.0) ର ସଫଳ ପ୍ରଦର୍ଶନକୁଆଗକୁବଢ଼ାଇବ। ଷ୍ଟାର୍ଟଅପ୍ସ ପାଇଁ ପାଣ୍ଠି ଅଭାବକୁ ପୂରଣ କରିବା ଏବଂ ଘରୋଇ ଉଦ୍ୟୋଗ ପୁଞ୍ଜି ବଜାରକୁ ତ୍ୱରାନ୍ୱିତ କରିବା ପାଇଁ 2016ରେ ଏଫଏଫଏସ 1.0ଶୁଭାରମ୍ଭ କରାଯାଇଥିଲା।
ଏଫଏଫଏସ 1.0 ଅନ୍ତର୍ଗତ, 10,000 କୋଟିଟଙ୍କାର ସମ୍ପୂର୍ଣ୍ଣ କର୍ପସ 145 ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ)କୁ ଆବଣ୍ଟିତ କରାଯାଇଥିଲା। ଏହି ସମର୍ଥିତ ଏଆଇଏଫକୃଷି, କୃତ୍ରିମ ବୁଦ୍ଧିମତ୍ତା, ରୋବୋଟିକ୍ସ, ଅଟୋମୋଟିଭ୍, କ୍ଲିନ୍ ଟେକ୍,ଉପଭୋକ୍ତା ସାମଗ୍ରୀ ଏବଂ ସେବା, ଇ-କମର୍ସ, ଶିକ୍ଷା, ଫିନଟେକ୍, ଖାଦ୍ୟ ଓ ପାନୀୟ, ସ୍ୱାସ୍ଥ୍ୟସେବା, ଉତ୍ପାଦନ, ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ରରେ ଦେଶବ୍ୟାପୀ 1,370 ରୁ ଅଧିକ ଷ୍ଟାର୍ଟଅପ୍ସରେ 25,500 କୋଟିଟଙ୍କାରୁ ଅଧିକ ନିବେଶ କରିଛନ୍ତି।
ଏଫଏଫଏସ 1.0 ନୂତନ ପ୍ରତିଷ୍ଠାତାମାନଙ୍କୁ ଉତ୍ସାହିତ କରିବା, ଘରୋଇ ପୁଞ୍ଜି ସଂଗ୍ରହ କରିବା ଏବଂ ଭାରତର ଉଦ୍ୟୋଗ ପୁଞ୍ଜି ଇକୋସିଷ୍ଟମ ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ:
ପ୍ରଥମ ପର୍ଯ୍ୟାୟ ଏକ ଢାଞ୍ଚା ଏବଂ ଇକୋସିଷ୍ଟମ ସୃଷ୍ଟି କରିଥିବା ବେଳେଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ 2.0 ଭାରତୀୟ ନବସୃଜନକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଡିଜାଇନ୍ କରାଯାଇଛି। ଏହି ନୂତନ ପାଣ୍ଠି ଏକ ଲକ୍ଷ୍ୟଆଧାରିତ, ବିଭାଗୀକୃତ ଆର୍ଥିକ ପଦ୍ଧତି ଗ୍ରହଣ କରିବ, ଯାହାର ଲକ୍ଷ୍ୟ ହେଉଛିନିମ୍ନଲିଖିତଗୁଡ଼ିକୁ ସମର୍ଥନ କରିବା:

1. ଡିପ୍ ଟେକ୍ ଏବଂ ପ୍ରଯୁକ୍ତି-ଚାଳିତ ଅଭିନବ ଉତ୍ପାଦନ: ଧୈର୍ଯ୍ୟଶୀଳ ଏବଂ ଦୀର୍ଘକାଳୀନ ପୁଞ୍ଜି ଆବଶ୍ୟକ କରୁଥିବା ଉଚ୍ଚ-ପ୍ରଯୁକ୍ତି କ୍ଷେତ୍ରଗୁଡ଼ିକରେ ସଫଳତାକୁ ପ୍ରାଥମିକତା ଦେବା।
2. ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟ ପ୍ରତିଷ୍ଠାତାଙ୍କୁ ସଶକ୍ତ କରିବା: ନୂତନ ଏବଂ ଅଭିନବ ଚିନ୍ତାଧାରା ପାଇଁ ଏକ ସୁରକ୍ଷା ଜାଲ ପ୍ରଦାନ କରିବା, ପାଣ୍ଠି ଅଭାବରୁ ପ୍ରାରମ୍ଭିକ ବିଫଳତାକୁ ହ୍ରାସ କରିବା।
3. ଜାତୀୟ ପ୍ରସାର: ପ୍ରମୁଖ ମହାନଗରଗୁଡ଼ିକ ବାହାରେ ନିବେଶକୁ ଉତ୍ସାହିତ କରିବା, ଯାହା ଫଳରେ ନବସୃଜନ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିପାରିବ।
4. ଉଚ୍ଚ-ବିପଦପୂର୍ଣ୍ଣ ପୁଞ୍ଜି ବ୍ୟବଧାନକୁ ସମାଧାନ କରିବା ପାଇଁ ଡିଜାଇନ୍: ଆତ୍ମନିର୍ଭରଶୀଳତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ବର୍ଦ୍ଧିତ ପୁଞ୍ଜି ପ୍ରଦାନ କରିବା।
5. ଘରୋଇ ନିବେଶ ପରିଦୃଶ୍ୟକୁ ଆହୁରି ଉନ୍ନତ କରିବା ପାଇଁ ଭାରତର ଘରୋଇ ଉଦ୍ୟୋଗ ପୁଞ୍ଜି ଆଧାର, ବିଶେଷକରି ଛୋଟ ପାଣ୍ଠିକୁ ସୁଦୃଢ଼ କରିବା।

ଷ୍ଟାର୍ଟଅପ୍ଇଣ୍ଡିଆଏଫଓଏଫ 2.0 ଭାରତରଆର୍ଥିକଦିଗକୁନୂଆଆକାରଦେବାଏବଂପରିବର୍ତ୍ତନକାରୀପ୍ରଭାବପକାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାନିର୍ବାହକରିବବୋଲିଆଶାକରାଯାଉଛି

ଷ୍ଟାର୍ଟଅପ୍ ଇଣ୍ଡିଆଫଣ୍ଡ୍ ଅଫ୍ ଫଣ୍ଡସ୍2.0 ଭାରତର ନବସୃଜନଆଧାରିତ ଅଭିବୃଦ୍ଧି ଏଜେଣ୍ଡାକୁ ଆଗକୁ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ ପ୍ରଯୁକ୍ତିବିଦ୍ୟା, ଉତ୍ପାଦ ଏବଂ ସମାଧାନ ନିର୍ମାଣ କରୁଥିବା ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ କରି, ଏହି ପାଣ୍ଠି ଭାରତର ଆର୍ଥିକ ଶକ୍ତି ବୃଦ୍ଧିକରିବ । ଏହାମଧ୍ୟଉତ୍ପାଦନ କ୍ଷମତା ବୃଦ୍ଧି, ଉଚ୍ଚମାନର ନିଯୁକ୍ତି ସୃଷ୍ଟି ଏବଂ ଭାରତକୁ ଏକ ବିଶ୍ୱ ନବସୃଜନ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାରେ ଯୋଗଦାନ ଦେବ।
2047 ସୁଦ୍ଧାଏକ ବିକଶିତ ଭାରତର ଜାତୀୟ ଦୃଷ୍ଟିକୋଣ ଅନୁରୂପଏହି ପାଣ୍ଠି ଉଦ୍ୟୋଗୀଙ୍କୁ ସଶକ୍ତ କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୂର୍ଣ୍ଣ ସମ୍ଭାବନାକୁ ମୁକ୍ତ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking