31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ

ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଆକୋଲା ତହସିଲ ଆଡଗାଓଁ ବୁଡରୁକ ଗାଁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ଛଅ ବର୍ଷର ଝିଅ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସାପ୍ତାହିକ ବଜାର ନିକଟରେ ଥିବା ଶେଖ ଇବ୍ରାହିମଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏତେ ମାତ୍ରାରେ ବ୍ୟାପିଯାଇଥିଲା ଯେ ଭିତରେ ଥିବା ଲୋକ ମାନେ ଘରୁ କେହି ବାହାରି ପାରିନଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ସେଟାରେ ଡାକ୍ତର ଚିକିତ୍ସା ସମୟରେ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ କିପରି ଲାଗିଲା ତଦନ୍ତ ଆରମ୍ଭ କରିଛି । ତେବେ ସ୍ତାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଘର ଭିତରେ ବହୁ ପରିମାଣର ଡିଜେଲ ଅସୁରକ୍ଷିତ ଭାବେ ଥିଲା । ଡିଜେଲ ଇନ୍ଧନ ଯୋଗୁଁ କିଛି ମିନିଟ ମଧ୍ୟରେ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ଅନ୍ୟପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଗ୍ନିକାଣ୍ଡ ସର୍ଟ ସର୍କିଟରୁ ଲାଗିଥାଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking