31.1 C
Bhubaneswar
Friday, February 13, 2026
Homeଓଡିଶାତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ମୃତ

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ବାହାନଗା ଛକ ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ଅଛନ୍ତି । ଆଜି ଭୋର ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହେବା ପରେ ଓଡିଶାର ବାଲେଶ୍ୱର ଜିଲ୍ଲାର ଖନ୍ତାପଡା ପୋଲିସ ସୀମା ଅନ୍ତର୍ଗତ ବାହାନଗା ମାର୍କେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରିପୋର୍ଟ ଅନୁସାରେ ବସଟି ପ୍ରାୟ ୫୦ ତୀର୍ଥ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାତ୍ରା କରୁଥିଲା । ବସଟି ନିୟନ୍ତ୍ରଣ ହରାଇ ପୋଲ ଉପରକୁ ଚଢିଯାଇଥିଲା ବସ । ଡ୍ରାଇଭର ପୋଲରୁ ଖସି ମୃତ୍ୟୁ ବରଣ କରିଥିଲେ । ସ୍ଥାନୀୟ ଲୋକମାନେ ଏହାକୁ ଦେଖିବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆହତମାନଙ୍କୁ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ବସଟି ଏବେ ବିପଦପୂର୍ଣ୍ଣ ଭାବେ ଝୁଲଥିବା ଦେଖାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking