ଭୁବନେଶ୍ୱର: ପୁଣି ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଶିକ୍ଷକ । ହଳଦୀକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ଆଧାର କାର୍ଡ ସଂଶୋଧନ ନାଁରେ ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ବଳାତ୍କାର କରୁଥିବା ଚର୍ଚ୍ଚା ଚାଲିଥିଲା। ଆଜି ହଳଦୀକୁଦର ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ମୁହଁ ଖୋଲିବା ସହ ଲହୁଣିପଡ଼ା ଥାନାରେ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ। ଫଳରେ ଶିକ୍ଷକ ତାପସ କୁମାର ବଢ଼ାଇଙ୍କୁ ଗିରଫ କରି ପୋଲିସ ଏବେ ଡାକ୍ତରୀ ମାଇନା ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଶିକ୍ଷକ ଓ ଛାତ୍ରୀଙ୍କ ସମ୍ପର୍କରେ ଏହି ଘଟଣା ଏକ କଳଙ୍କ ସଦୃଶ ହୋଇଥିବା ବେଳେ ସାରା ଶିକ୍ଷକ ସାମାଜର ମୁଣ୍ଡ ତଳକୁ ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ଓ ଉତ୍ତେଜନା ସୃଷ୍ଟି ହୋଇଛି।










