21.1 C
Bhubaneswar
Tuesday, February 10, 2026
Homeଓଡିଶାକେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ୧୯ ହଜାର ୮୧୬ ମାଟ୍ରିକ୍ ପରିକ୍ଷାର୍ଥୀ; ୧୦୪ କେନ୍ଦ୍ର ଓ...

କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ୧୯ ହଜାର ୮୧୬ ମାଟ୍ରିକ୍ ପରିକ୍ଷାର୍ଥୀ; ୧୦୪ କେନ୍ଦ୍ର ଓ ୯ ନୋଡାଲ ସେଣ୍ଟର୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରେ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରିକ୍ଷା ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିôବା ଜଣାପଡିଛି । ଚଳିତ ବର୍ଷ ଜିଲ୍ଲାରେ ୧୦୪ ଟି ପରୀକ୍ଷା କେନ୍ଦ୍ରରେ ୧୯,୮୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୫୦ ଜଣ ଥିବାବେଳେ ୨୪୪ ଜଣ ମଧ୍ୟମା ଛାତ୍ରଛାତ୍ରୀ ଏବଂ ଏସ.ଓ.ସି.ଏସ୍ ୨୯୪ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏହିପରି ସର୍ବମୋଟ ୧୯୮୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୧୦୪ ଟି ପରୀକ୍ଷା କେନ୍ଦ୍ର ନିମନ୍ତେ ୮୯୯ ଜଣ ଶିକ୍ଷା ନିରୀକ୍ଷକଙ୍କୁ ନିଯୁକ୍ତି କରାଯିବା ସହିତ ୪୪୯ ଜଣ କର୍ମଚାରୀ ଓ ୨୨୫ ଜଣ ରିଲିଭରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ୧୦୪ ଟି କେନ୍ଦ୍ର ନିମନ୍ତେ ୧୦୪ ଜଣ ସୁପରିଟେଣ୍ଡ ଓ ୧୦୪ ଜଣ ଡେପୁଟି ସୁପରିଟେଣ୍ଡଙ୍କୁ ମଧ୍ୟ ବିଭିନ୍ନ କେନ୍ଦ୍ର ନିମନ୍ତେ ନିଯୁକ୍ତି ଦିଆଯାଇଛି। କପି ରୋକିବା ନିମନ୍ତେ ୫ ସ୍ତରୀୟ ସ୍କ୍ୱାର୍ଡର ବ୍ୟବସ୍ଥା କରାଯାଇଛି । କଟକ ବୋର୍ଡରୁ ୧ ଟି ସ୍କ୍ୱାର୍ଡ ଜିଲ୍ଲାକୁ ଆସିବାର ବ୍ୟବସ୍ଥା ହୋଇଛି। ଏଥି ସହିତ ବ୍ଲକ ନିମନ୍ତେ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାର୍ଡ ରହିବାର ବନ୍ଦୋବସ୍ତ ହୋଇଛି । ଜିଲ୍ଲାର ୯ଟି ବ୍ଲକ ଓ ପୌରାଞ୍ଚଳ ଗୁଡିକରେ ଥିବା ନୋଡାଲ ସେଣ୍ଟର୍ ଗୁଡିକରେ ପ୍ରଶ୍ନ ପତ୍ର ଗୁଡିକ ରଖାଯିବ। ଜିଲ୍ଲାର ମାର୍ଶାଘାଇ ବ୍ଲକର ମାର୍ଶାଘାଇ ଉଚ୍ଚ ବିଦ୍ୟାଳୟ ,କେନ୍ଦ୍ରାପଡାର ବାଲିଆ ହାଇସ୍କୁଲ ସହିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଗରଦପୁର ବ୍ଲକର ପାଟକୁରା ହାଇସ୍କୁଲ ପଟ୍ଟାମୁଣ୍ଡାଇ ବ୍ଲକର କଷଣଅଣ୍ଟା ପଞ୍ଚାୟତ ହାଇସ୍କୁଲ ,ଆଳି ବ୍ଲକର ଆଳି ହାଇସ୍କୁଲ ରାଜନଗର ବ୍ଲକର ରାଜନଗର ହାଇସ୍କୁଲ, ମହାକାଳପଡାର କେୟାରବାଙ୍କ ହାଇସ୍କୁଲ ଏବଂ ରାଜକନିକା ବ୍ଲକର ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ଗୁଡିକୁ ନୋଡାଲ ସେଣ୍ଟର ଭାବେ ସ୍ଥିର କରାଯାଇଛି। ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଅଧିନ କେନ୍ଦ୍ରାପଡା ହାଇସ୍କୁଲ ନୋଡାଲ ଅଧିନରେ ୧୧ଟି ସେଣ୍ଟରରେ ୨୦୫୦ ଜଣ ସେହିପରି କେନ୍ଦ୍ରାପଡା ବ୍ଲକ ବାଲିଆ ନୋଡାଲ ଅଧିନରେ ୧୧ଟି ସେଣ୍ଟରରେ ୨୧୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ମାର୍ଶାଘାଇ ସରକାରୀ ହାଇସ୍କୁଲ ନୋଡାଲ ଅଧିନରେ ୧୧ଟି ସେଣ୍ଟରରେ ୧୭୬୮ ଜଣ, ମହାକାଳପଡା କେୟାରବାଙ୍କ ନୋଡାଲ ଅଧିନରେ ୧୦ଟି କେନ୍ଦ୍ରରେ ୨୧୬୧, ଆଳି ନୋଡାଲ ୧୩ଟି କେନ୍ଦ୍ରରେ, ୧୯୨୨, ପଟ୍ଟାମୁଣ୍ଡାଇ ନୋଡାଲ ୧୪ଟି କେନ୍ଦ୍ରରେ ୨୮୧୪, ରାଜକନିକା ନୋଡାଲ ୧୧ଟି ସେଣ୍ଟରରେ ୧୯୯୫, ରାଜନଗର ନୋଡାଲ ୧୪ଟି ପରୀକ୍ଷା କେନ୍ଦ୍ର ସହିତ ୫ଟି ମଧ୍ୟମା କେନ୍ଦ୍ରରେ ୩୦୦୪ ଜଣ ପରୀକ୍ଷାର୍ଥୀ ଥିବା ଜଣାପଡିଛି। ସେହିପରି ଗରଦପୁର ବ୍ଲକ ପାଟକୁରା ହାଇସ୍କୁଲରେ ୧୧ଟି ପରୀକ୍ଷାକେନ୍ଦ୍ର ସହିତ ୨ଟି ମଧ୍ୟମା କେନ୍ଦ୍ରରେ ୧୯୭୬ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୯ଟି ବ୍ଲକରେ ଦୁଇଜଣ ଲେଖାଏ ସୁପରିଟେଣ୍ଡଙ୍କ ତତ୍ୱାବଧାନରେ ୯ଟି ନୋଡାଲ୍ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଡେସପାଚ୍ ଟିମ୍ ୨୪ଟି ସହିତ ୪୦ ଜଣ ଶିକ୍ଷକଙ୍କୁ ଏକ ସ୍ୱତନ୍ତ୍ର ଟିମ୍‌ରେ ରଖାଯାଇଛି। ଛାତ୍ରଛାତ୍ରୀଙ୍କୁ ସୁବିଧା ନିମନ୍ତେ କେନ୍ଦ୍ର ଗୁଡିକର ଦୂରତା ୧୦କି.ମି ମଧ୍ୟରେ ରହିଛି। ପରୀକ୍ଷା କେନ୍ଦ୍ର ବେଳକୁ ମୋବାଇଲ୍ ନିଷିଦ୍ଧ କରାଯିବା ସହିତ ସିସିଟିଭି ନଜରରେ ପରୀକ୍ଷା ପରିଚାଳିତ ହେବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏଥି ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ଶାନ୍ତି ଶୃଙ୍ଖଳା ରଖିବା ନିମନ୍ତେ ପ୍ରତି କେନ୍ଦ୍ର ଗୁଡିକରେ ପୁଲିସ ମୁତୟନ ହେବାର ବନ୍ଦୋବସ୍ତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking