24.1 C
Bhubaneswar
Tuesday, February 10, 2026
Homeଓଡିଶାମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ

ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ

ଭୁବନେଶ୍ୱର: ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ । ଜଣେ ମହିଳା ରୋଗୀ ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ହେଉଥିବା ବେଳେ ବେଡ୍‌ରୁ ବାଡ ଭାଙ୍ଗି ତଳକୁ ଖସିପଡୁଛନ୍ତି। ଖସିପଡ଼ୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଇସିୟୁ ଭିତରେ ରୋଗୀମାନଙ୍କୁ କେମିତି ଅବହେଳା କରାଯାଉଛି ତାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ମହିଳା ରୋଗୀ ଜଣକ ବେଡ୍‌ରୁ ଖସିପଡୁଥିବା ବେଳେ କେହି ଜଣେ ଏହାକୁ ମୋବାଇଲରେ ଭିଡିଓ ଉତ୍ତୋଳନ କରିଛନ୍ତି । ଏହା କେଉଁ ମେଡିକାଲର ଓ କେବେକାର ତାହା ସ୍ପଷ୍ଟ ହୋଇନାହିଁ। ଭିତରର ଦୃଶ୍ୟରୁ ଏହା ଏସସିବି ମେଡିକାଲ ମେଡ଼ିସିନ୍ ବିଭାଗ ପ୍ରଥମ ମହଲା ଆଇସିୟୁର ବୋଲି କୁହାଯାଉଛି। ତେବେ ଏହାର ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଏସସିବି ମେଡିକାଲ କର୍ତ୍ତୃପକ୍ଷ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking