30.1 C
Bhubaneswar
Sunday, February 8, 2026
Homeଓଡିଶା୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍‌: ୧୭ ଆହତ

୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍‌: ୧୭ ଆହତ

ମୋହନା: ମୋହନାରେ ବଡ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍ । ଏହି ଦୁର୍ଘଟଣା ଯୋଗୁଁ ୧୭ ଜଣ ଆହତ ହୋଇଛନ୍ତି । ଜରଉ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଆହତଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଗଞ୍ଜାମ ସୋରଡାରୁ ଖାରିଗୁଡା ଯିବାବେଳେ ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍ । ଏକ ଧାର୍ମିୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣ ଗୁରୁତର ଆହତ ହୋଇଛନ୍ତିି । ଆହତଙ୍କ ମଧ୍ୟରେ ୫ ମହିଳା ଓ ୩ ଶିଶୁ ଅଛନ୍ତିି । ଆହତଙ୍କୁ ଉଦ୍ଧାର କରି ତୁରନ୍ତ ହପ୍ସିଟାଲ ନିଆଯାଇଛି । ଦୁର୍ଘଟଣାରେ ଗୁରୁତର ୯ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking