21.1 C
Bhubaneswar
Monday, February 2, 2026
Homeଅପରାଧ୧୩ ବର୍ଷୀୟା ନାବାଳିକାକୁ ହୋଟେଲକୁ ନେଇ ଛାଡ଼ି ଦେଲା ପ୍ରେମିକ, ତାପରେ..

୧୩ ବର୍ଷୀୟା ନାବାଳିକାକୁ ହୋଟେଲକୁ ନେଇ ଛାଡ଼ି ଦେଲା ପ୍ରେମିକ, ତାପରେ..

ଲକ୍ଷ୍ନୌ: ପ୍ରେମରେ ଲାଗିଲା କଳଙ୍କର ଦାଗ । ଯେଉଁ ପ୍ରେମିକଙ୍କ ସହ ଜୀବନସାରା ସାଥୀ ହୋଇ ରହିବ ବୋଲି ଘରୁ ପଳାଇ ଆସିଲା, ଶେଷରେ ସେ ଏକା କରି ଛାଡ଼ି ଚାଲିଗଲା । ଦେହର ଭୋକ ମେଣ୍ଟିଯିବା ପରେ ହୋଟେଲରେ ଏକା ଛାଡ଼ି ଦେଇ ଚାଲିଗଲା । ଥରୁଟିଏ ବି ଭାବିଲାନି ଯେଉଁ ନାବାଳିକାଟି ମୋ ଭରଷାରେ ପରିବାରକୁ ପର କରି ଚାଲି ଆସିଲା ମୁଁ ଛାଡ଼ିଯିବା ପରେ କଣ ହେବ । ନାରୀମାଂସ ଲୋଭୀ ମଣିଷମାନେ ବି ଏହାର ଫାଇଦା ଉଠାଇଲେ । ଆଉ ୧୫ଦିନ ଧରି ଛଞ୍ଚାଣଙ୍କ ଭଳି ଝୁଣି ଝୁଣି ଖାଇଥିଲେ । ଉତ୍ତର ପ୍ରଦେଶର ଗୋରଖପୁର ଅଞ୍ଚଳରୁ ଆସିଛି ଏଭଳି ହୃଦୟ ବିଦାରକ ଖବର । ଯଦିଓ ପୁଲିସ ଏବେ ଝିଅଟିକୁ ଉଦ୍ଧାର କରିଥିବାବେଳେ ତଦନ୍ତ ଚାଲିଛି ତଥାପି ଆପଣ ଯଦି ଏ ଝିଅର କାହାଣୀ ଶୁଣିବେ ଆଖି ଲୁହରେ ଭରିଯିବ । ଆଉ ଏ ଯୌନ ରାକ୍ଷସଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି କହିବେ ।

ମିଳିଥିବା ଖବର ଅନୁସାରେ, ଇନଷ୍ଟ୍ରାମରେ ନାବାଳିକାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରଥମେ ବନ୍ଧୁତା ଆଉ ପରେ ପ୍ରେମ । ପ୍ରେମ ଏତେ ଗଭୀର ହୋଇଥିଲା କି, ନାବାଳିକା ଜଣକ ପ୍ରେମିକ ଭରସାରେ ଘର ଛାଡ଼ି ପଳାଇ ଆସିଥିଲେ । ହୋଟେଲରେ ରୁମ ନେଇ ରହିଥିଲେ । ବେଶ ହସ ଖୁସିରେ ରହିଥିଲେ । ତିନିଦିନ ଧରି ମିଠା ମିଠା କଥା କହି ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା । କିନ୍ତୁ ଶେଷରେ ହୋଟେଲରେ ଛାଡ଼ି ଚାଲି ଆସିଥିଲେ । ଯେଉଁଠାରେ ହୋଟେଲ ମାଲିକ ଏବଂ କର୍ମଚାରୀମାନେ ତାଙ୍କୁ ଏକ ଅନ୍ଧାର କଠୋରୀରେ ଦୁଷ୍କର୍ମ କରିଥିଲେ ।

ଝିଅ ନିଖୋଜ ହେବା ପରେ ପୁଲିସକୁ ଖବର ଦେଇଥିଲେ ପରିବାର ଲୋକେ । ମାତ୍ର ପୁଲିସ ଝିଅର ସନ୍ଧାନ ଲଗାଇବାକୁ ୧୫ ଦିନ ଲଗା ଦେଇଥିଲା । ସେତେବେଳକୁ ଝିଅର ଅବସ୍ଥା ସଙ୍ଗୀନ ହୋଇଥିଲା । ତେବେ ପ୍ରଥମେ ହୋଟେଲ ମାଲିକ ଏହାର ଫାଇଦା ଉଠାଇଥିଲେ । ସେ ଝିଅକୁ ଏକା ପାଇ କାମନାର ଭୋକକୁ ମେଣ୍ଟାଇଥିଲେ । ପରେ ତାଙ୍କ କର୍ମଚାରୀମାନେ ମଧ୍ୟ ଦୁଷ୍କର୍ମ କରିଥିଲେ । ଏତିକିରେ ମନ ଭରିଲାନି ଯେ ଝିଅଟିକୁ ନେଇ ଏକ ସ୍ପାରେ ବିକ୍ରି କରି ଦେଇଥିଲେ । ଝିଅଟିର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିବାବେଳେ ତାଙ୍କୁ ମେଡିସିନ ଦେଇ ବାରମ୍ବାର ସମ୍ପର୍କ ରଖାଯାଇଥିଲା ।

ସେପଟେ ସ୍ପା ପରିଚାଳକ ଚାକିରି ଦେବାକୁ କହିଥିଲେ । ମାତ୍ର ସେ ତାଙ୍କୁ ଖରାପ କାମରେ ଲଗାଇଥିଲେ । ଉପାୟଶୂନ୍ୟ ନାବାଳିକା ଜଣକ ବହୁ କଷ୍ଟରେ ନିର୍ଯାତନା ସହିଥିଲେ । ଝିଅଟିର ଇନଷ୍ଟଗ୍ରାମ ଆକାଉଣ୍ଟକୁ ବନ୍ଦ କରି ଦେଇଥିବାବେଳେ ପ୍ରଥମରୁ ଜଣା ପଡ଼ିନଥିଲା । ମାତ୍ର ପରେ ୧୫ ଦିନ ପରେ ଝିଅର ପତ୍ତା ମିଳିଥିଲା । ସେତେବେଳକୁ ଅବସ୍ଥା ଖରାପ ଥିଲା । ତାଙ୍କୁ ଶିଘ୍ର ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ହୋଟେଲ ମାଲିକ, କର୍ମଚାରୀଙ୍କ ସହ ସ୍ପା ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି । ସେପଟେ ପୁଲିସ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking