କଟକ: କଟକର ସିଡିଏସ ସେକ୍ଟର ୯ରେ ଫାଟିଲା ଗ୍ୟାସ୍ ପାଇପ୍ । ଜେସିବିରେ ମାଟି ଖୋଳିବା ସମୟରେ ପାଇପ୍ ଫାଟିଯିବାରୁ ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପାଇପ୍ ଲାଇନ୍ କମ୍ପାନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ମରାମତି କାମ ଆରମ୍ଭ କରିଥିଲେ । ତୁରନ୍ତ ପଦକ୍ଷେପ ଯୋଗୁଁ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି ଲୋକେ । ଅଗ୍ନିଶମ ବାହିନୀ ଓ ପାଇପ୍ ଲାଇନ୍ କମ୍ପାନୀ ପକ୍ଷରୁ ମରାମତି କାମ ଜାରି ରହିଛି ।










