ବଲାଙ୍ଗିର: କାଦୋପାଲି ଗାଁ ସୁକତେଲ ନଦୀ ନିକଟରୁ ଖପୁରୀ ଜବତ କରାଯାଇଛି । ଖୁପରୀ ସହ କଟା ପାଦ, ହାଡ଼ ଓ ପୋଷାକ ଜବତ କରିଛି ଲରମ୍ଭା ପୋଲିସ । ୨ ତାରିଖରେ ସେହି ସ୍ଥାନରୁ ଗାଁର ଜଣେ ନାବାଳକ ଅପହରଣ ହୋଇଥିଲେ । ସାଙ୍ଗ ସହ ଥିବାବେଳେ ବାଇକ୍ରେ ଆସି ଟେକି ନେଇଥିଲେ ୨ ଦୁର୍ବୃତ୍ତ । ଗାଁକୁ ଆସି ଘଟଣା ବାବଦରେ ସୂଚନା ଦେଇଥିଲା ଉପସ୍ଥିତ ସାଙ୍ଗ । ତେବେ ମିଳିଥିବା ଖପୁରି ସହ ନାବାଳକ ଅପହରଣର କିଛି ଲିଙ୍କ ଅଛି କି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।










