ଭୁବନେଶ୍ୱର: ଶ୍ରୀମୟୀ ମିଶ୍ରଙ୍କ ପରେ ବିଜେଡିକୁ ନିଜ ସୋସିଆଲ ମିଡିଆରେ ଏଲିନା ଦାଶ ଟାର୍ଗେଟ କରି କହିଛନ୍ତି, ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା । ତାଳ ଗଛର ବରଡା ଉପାଖ୍ୟାନ ଦେଇ ଦଳୀୟ ଶୃଙ୍ଖଳାକୁ ତାତ୍ସଲ୍ୟ କରି ଆହୁରି କହିଛନ୍ତି, ତଳ ବରଡା ଖସୁଛି, ଉପର ବରଡା ହସୁଛି । ମଝି ବରଡା ଥାଇ କହୁଛି ମୋ ବେଳ କାଳ ଆସୁଛି । ୫୧ରୁ ୫୦ ହେଲେ ଏବେ ୪୮ ହେଲେ । ଗୋଟିଏ କ୍ରୀତଦାସ ପାଇଁ ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ ହେଉଛନ୍ତି । ଯଦି ବିଧାୟକମାନେ ଏକ ନହେଇ କ୍ରୀତଦାସ କରିବେ । ଆଗାମୀ ଦିନରେ କାହା ବେଳ କାଳ କେତେବେଳେ ଆସିବ । କେବଳ ପ୍ରେସରିଲିଜ ଏବଂ ମିଡିଆରୁ ହିଁ ସମସ୍ତେ ଜାଣିବାକୁ ପାଇବେ । ବେଳ ଥାଉ ଥାଉ ବିଧାୟକ ଏକ ହେବାକୁ ଦେଲେ ପରାମର୍ଶ । ଏକତା ହିଁ ବଳ ବିଭାଜନ ହିଁ ପତନ ! ସୂଚନାଥାଉକି, ଗତକାଲି ଦଳ ବିରୋଧୀ କାର୍ଯ୍ୟ ପାଇଁ ୨ ବିଧାୟକଙ୍କୁ ଦଳରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସସପଣ୍ଡେ କରିଛନ୍ତି । ଏହାରି ପରେ ରାଜନୀତି ସରଗରମ ରହିଛି ।










