ଜଗତ୍ସିଂହପୁର: ପୂର୍ବରୁ ଲେଖାଟିଏ ପଢି ପାଠକମାନେ ପ୍ରେରଣା ଦେଇଥିଲେ। ବର୍ତ୍ତମାନ ସମୟରେ ପାଠକୀୟ ପ୍ରେରଣା ଆଗଭଳି ଆଉ ନାହିଁ। ବର୍ତ୍ତମାନ ମୋବାଇଲ୍ ଯଦିଓ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ବାସ୍ତବରେ ଦେଖିବାକୁ ଗଲେ ମୋବାଇଲ୍ରେ ଜ୍ଞାନର ଭଣ୍ଡାର ପରିବର୍ତ୍ତେ ଜ୍ଞାନର ପ୍ରଚାର ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ଯାହାଫଳରେ ମୋବାଇଲ ପାଖରେ ଆମେ ସମସ୍ତ କ୍ରୀତଦାସ ପାଲଟି ଯାଇଥିବା ଗୁରୁବାର ଅପରାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଜଗତସିଂହପୁର ସାଂସ୍କୃତିକ ପରିଷଦ ବାଣୀକ୍ଷେତ୍ର, ଜଗତସିଂହପୁର ଅନୁକୁଲ୍ୟରେ ଅନୁଷ୍ଠିତ ୨୭ତମ ଜଗତସିଂହପୁର ପୁସ୍ତକ ମେଳା-୨୦୨୬ ଉଦ୍ଘାଟନି ମହାସମାରୋହରେ ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ଭାଗିରଥି ଦାସ ଉଦ୍ଘାଟକ ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି। ଏହି ଅବସରରେ ଅନୁଷ୍ଠିତ ଉଦ୍ଘାଟନି ସଭାରେ ଜିଲ୍ଲାପାଳ ତଥା ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ କହିଥିଲେ, ପୁସ୍ତକର ମହକ ସବୁଥିରେ ରହିଛି। ଯାହାକି ଆଉ କେଉଁଥିରେ ନାହିଁ। ସେହିପରି ପୁସ୍ତକର ମଧ୍ୟ ସ୍ୱତନ୍ତ୍ର ବାସ୍ନା ରହିଛି। ସେହି ବାସ୍ନା ମାଟିର ସାରସ୍ୱତ ସାଧାକମାନଙ୍କ ଦ୍ୱାରା ସମ୍ଭବ ହୋଇଛି। ତେଣୁ ଆମେ ସମସ୍ତେ ସେହି ସାରସ୍ୱତ ସାଧକମାନଙ୍କ ପଦାଙ୍କ ଅନୁସରଣ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଖୁବ୍ଶୀଘ୍ର ଜଗତସିଂହପୁର ସଦର ମହକୁମାରେ ଆଦି କବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ପଦୋନ କରିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା ଯୋଗଦେଇ ପାଠ୍ୟ ପୁସ୍ତକ ଉପରେ ପିଲ୍ଲାମାନଙ୍କୁ ଅଧିକ ଧ୍ୟାନ ଦେବାପାଇଁ ଅବିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା, ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ ଯୋଗଦେଇ ପୁସ୍ତକର ଗୁରୂତ୍ୱ ବିଶୟରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଡଃ ବିରଞ୍ôଚ ନାରାୟଣ ପାତ୍ର କରିଥିବା ବେଳେ, ପରିଷଦର ସମ୍ପାଦକ ଶାରଦା ପ୍ରସାଦ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଜିର ସନ୍ଧ୍ୟା ଆସର ବିଶିଷ୍ଠ ରାଜନୀତିଜ୍ଞ ତଥା ଜଗତସିଂହପୁର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ମଲ୍ଲିକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ଏହି ଅବସରରେ ପରିଷଦର କାର୍ଯ୍ୟକାରୀ ସଭାପତି ବିପ୍ଳବ କୁମାର ଚୌଧୁରୀଙ୍କ ଦ୍ୱାରା ଅନୁବାଦିତ ଶରତ ଚନ୍ଦ୍ରଙ୍କ ‘ପରିଣୀତି’କୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ଶେଷରେ ପରିଷଦର ଯୁଗ୍ମ ସମ୍ପାଦକ ନରେସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତ୍ୟୁଷରେ ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ନିକଟରୁ ଜ୍ୟୋତି ଅଣା ଯାଇଥିଲା। ପୁରୋହିତପୁର ଛକଠାରେ ଜ୍ୟୋତି ପହଞ୍ôଚବା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ଜ୍ୟୋତିକୁ ଜିଲ୍ଲାପାଳଙ୍କ ସମ୍ମୁଖ ପଡିଆରେ ଅନୁଷ୍ଠିତ ପୁସ୍ତକମେଳା ସଭାସ୍ଥଳକୁ ଅଣାଯାଇଥିଲା। ଏହି ଜ୍ୟୋତିକୁ ପରିଷଦର ସଭାପତି ଜେ ସୋନାଲ, ବିଧାୟକ ଅମରେନ୍ଦ୍ର ଦାସ, ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ପରିଷଦ ସଦସ୍ୟମାନେ ଜ୍ୟୋତିକୁ ଗ୍ରହଣ କରି ସଭାସ୍ଥଳରେ ସ୍ଥାପନ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମେଳା ୭ ଦିନଧରି ଚାଲିକ ବୋଲି ପରିଷଦ ପକ୍ଷରୁ ଘୋଷଣା କରାଯାଇଛି।










