15.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶକର୍ଣ୍ଣାଟକରେ ଆଉ ଏକ ଜୀବନ ନେଲା ମାଞ୍ଜା ସୁତା

କର୍ଣ୍ଣାଟକରେ ଆଉ ଏକ ଜୀବନ ନେଲା ମାଞ୍ଜା ସୁତା

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଏକ ଅତ୍ୟନ୍ତ ଅଭାବନୀୟ ତଥା ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଏଠାରେ ସଞ୍ଜୁକୁମାର ହୋସାମଣୀ ନାମକ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଗୁଡି ମାଞ୍ଜା ସୁତାରେ ପ୍ରାଣ ହରାଇଛନ୍ତି। ହୋସାମଣୀ ନିଜ ବାଇକ୍ ନେଇ କେଉଁ ଏକ କାମରେ ଯାଉଥିବା ବେଳେ ମାଞ୍ଜା ସୁତା ତାଙ୍କ ବେକରେ ଲାଗିଯାଇଥିଲା। ଏହା ତାଙ୍କ ବେକ ହାଡକୁ ମଧ୍ୟ କାଟିଦେଇଥିଲା। ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯିବା ପରେ ହୋସାମଣୀ ନିଜ ଫୋନ୍‌ରୁ ତାଙ୍କ ଝିଅକୁ ଫୋନ୍ କରିଥିଲେ ଏବଂ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହାର କିଛି ସମୟ ମଧ୍ୟରେ ହିଁ ହୋସାମଣୀ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ପରିବାର ପକ୍ଷରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଅନୁସାରେ ଯଦି ଆମ୍ବୁଲାନ୍ସ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ôଚଥାନ୍ତା ତେବେ ହୁଏତ ହୋସାମଣୀ ବଞ୍ôଚଯାଇପାରିଥାଆନ୍ତେ।

ସଞ୍ଜୁକୁମାର ହୋସାମଣୀ କର୍ଣ୍ଣାଟକର ବିଦର ଜିଲ୍ଲାର ତଲମାଡାଗି ବ୍ରିଜ୍ ନିକଟ ଦେଇ ଯାଇଥିବା ଏକ ରାସ୍ତାରେ ଗାଡି ଚଳାଇ ଯାଉଥିଲେ। ତେବେ ଏହି ସମୟରେ ଏକ କାଟ୍ ଖାଇଥିବା ଗୁଡି ଯେଉଁଥିରେ ଚାଇନିଜ୍ ନାଇଲନ୍ ସୂତା (ମାଞ୍ଜା ସୁତା) ଉଡି ଆସି ତାଙ୍କ ବେକରେ ଲାଗିଥିଲା। କ୍ଷଣିକ ମଧ୍ୟରେ ଏହି ସୁତା ତାଙ୍କ ବେକକୁ ଗଭୀର କ୍ଷତାକ୍ତ କରିଥିଲା ଯାହାଫଳରେ ହୋସାମାଣୀଙ୍କ ଠାରେ ପ୍ରବଳ ରକ୍ତସ୍ରାବ ଆରମ୍ଭ ହୋଇଥିଲା। ଭାରସାମ୍ୟ ହରାଇ ତଳେ ପଡ଼ିଯିବା ପରେ ହୋସାମଣୀ ନିଜ ପକେଟରୁ ମୋବାଇଲ୍ କାଢ଼ି ଝିଅଙ୍କୁ ଫୋନ୍ କରିବାକୁ ଚେଷ୍ଟା କରୁଥିବାର ମଧ୍ୟ ଏକ ଅତ୍ୟନ୍ତ ଦୁଃଖଦ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ତେବେ ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ହୋସାମଣୀଙ୍କୁ ଏପ୍ରକାର ଅବସ୍ଥାରେ ଦେଖି ତାଙ୍କ ରକ୍ତସ୍ରାବ ବନ୍ଦ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଥିବା ଏବଂ ଆମ୍ବୁଲାନ୍ସକୁ ଫୋନ୍ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି। ତେବେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ôଚବା ବେଳକୁ ହୋସାମଣୀ ନିଜ ଶେଷ ନିଶ୍ୱାସ ତ୍ୟାଗ କରିସାରିଥିଲେ। ହୋସାମଣୀଙ୍କ ପରିବାର ମଧ୍ୟ ଘଟଣାସ୍ଥଳରେ ପହଞ୍ôଚ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିବା ପୂର୍ବକ ସେଠାରେ ପ୍ରତିବାଦରେ ବସିରହିଥିଲେ। ପରେ ପରେ ସେଠାରେ ଅନ୍ୟ ଲୋକମାନେ ମଧ୍ୟ ଜମା ହୋଇଯାଇଥିଲେ ଏବଂ କର୍ତ୍ତୃପକ୍ଷଙ୍କ ବିରୋଧରେ ନାଇଲନ୍ ଗୁଡ଼ି ଧାର ବ୍ୟବହାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ଜରୁରୀକାଳୀନ ସେବାରେ ଉନ୍ନତି ଦାବି କରିଥିଲେ। ସ୍ଥାନୀୟ ଲୋକେ ହୋସାମଣୀଙ୍କ ପରିବାରକୁ କ୍ଷତିପୂରଣ ଦାବି ମଧ୍ୟ କରିଥିଲେ। ସୂଚନାଯୋଗ୍ୟ, ଗତ ସୋମବାର ମଧ୍ୟ ମଧ୍ୟପ୍ରଦେଶର ଇନ୍ଦୋରରେ ଏପ୍ରକାର ଏକ ଅଘଟଣ ଘଟିଥିବା ନଜରକୁ ଆସିଛି। ଏଠାରେ ଏକ ମାଞ୍ଜା ସୁତାରେ ବେକ କଟିଯିବା ଯୋଗୁ ରଘୁବୀର ଧାକର ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାଜଧାନୀ ଦିଲ୍ଲୀ, ଓଡ଼ିଶା ଆଦି ଅନେକ ରାଜ୍ୟରେ ଏପ୍ରକାର ଘଟଣା ବଢ଼ିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking