24.1 C
Bhubaneswar
Monday, March 23, 2026
Homeଓଡିଶାଶିକ୍ଷକ/ଅଧ୍ୟାପକଙ୍କର ସମାଧାନ ପାଇଁ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରିୟ କମିଟି ଗଠନ

ଶିକ୍ଷକ/ଅଧ୍ୟାପକଙ୍କର ସମାଧାନ ପାଇଁ ଉଚ୍ଚଶିକ୍ଷା ବିଭାଗର ଉଚ୍ଚସ୍ତରିୟ କମିଟି ଗଠନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଶିକ୍ଷକ/ଅଧ୍ୟାପକ ଏବଂ କର୍ମଚାରୀମାନଙ୍କର ସମସ୍ୟାକୁ ଗୁରୁତ୍ବର ସହ ଗ୍ରହଣ କରି ଏହାର ସମାଧାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଅଶୋକ କୁମାର ତ୍ରିପାଠୀ (ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ)ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କ ସମସ୍ୟା ଏବଂ ବିଭିନ୍ନ ଅଧ୍ୟାପକ ଓ କର୍ମଚାରୀ ସଂଘର ଦାବିକୁ ତର୍ଜମା କରିବା ପରେ ଏହାର କିପରି ସମାଧାନ କରାଯାଇ ପାରିବ ସେ ସମ୍ବନ୍ଧରେ ଶ୍ରୀ ତ୍ରିପାଠୀ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜଙ୍କ ସହ ଆଲୋଚନା କରିଥିଲେ।

ଏଥିସହ ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ହେବା ପରେ ଅଧ୍ୟାପକମାନଙ୍କର ଦକ୍ଷତା ବିକାଶ, ଓଡ଼ିଶା ବିଶ୍ୱ ବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଲାଗୁ ହେବା ପରେ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ି ରହିଥିବା କୁଳପତି ଓ ଅଧ୍ୟାପକ ପଦବୀ ପୂରଣକୁ ତ୍ୱରାନ୍ୱିତ କରିବା, ମହାବିଦ୍ୟାଳୟକୁ ସ୍ୱୟଂ ଶାସିତ ମାନ୍ୟତା ପ୍ରଦାନ ଏବଂ ଖାଲି ରହିଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବୀ ପୂରଣ, ବିଭିନ୍ନ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ରଖାଯାଇଥିବା ନାର୍ଯ୍ୟ ଦାବୀ ପୂରଣ ଆଦି ସମ୍ପର୍କରେ ଶ୍ରୀ ତ୍ରିପାଠୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।ଏହି ଅବସରରେ ଉଚ୍ଚ ସ୍ତରୀୟ କମିଟିର ସଦସ୍ୟ ଶ୍ରୀ ଶାନ୍ତନୁ କୁମାର ସାହୁ, ଓଡିଶା ଆର୍ଥିକ ସେବା, ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ, ସ୍ୱରାଷ୍ଟ୍ର ବିଭାଗ, ଶ୍ରୀ ସନାତନ ପଣ୍ଡା, ଓଡିଶା ଶିକ୍ଷା ସେବା (ଅବସର ପ୍ରାପ୍ତ), ଶ୍ରୀ ମନୋରଞ୍ଜନ ମିଶ୍ର, ପୂର୍ବତନ ଅଧ୍ୟକ୍ଷ, ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking