14.1 C
Bhubaneswar
Monday, January 12, 2026
Homeଓଡିଶାସାମ୍ୱାଦିକା ଶୀଲା ପଟ୍ଟନାୟକଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି

ସାମ୍ୱାଦିକା ଶୀଲା ପଟ୍ଟନାୟକଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁରୀ ଯିବାବେଳେ ପିପିଲି ମଙ୍ଗଳପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନୁ୍ୟଜ୭ର ସାମ୍ୱାଦିକା ଶୀଲା ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ୍ ମହାନ୍ତି ଏବଂ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ ଯେ, ଆଜି ନୁ୍ୟଜ୭ର ସାମ୍ବାଦିକା ଶୀଲା ପଟ୍ଟନାୟକ ତାଙ୍କ ମହିଳା ବନ୍ଧୁଙ୍କ ସହିତ ଭୁବନେଶ୍ୱରରୁ ପୁରୀ ଯାଉଥିଲେ । ପିପିଲିର ମଙ୍ଗଳପୁର ଛକରେ ବେଆଇନ ଭାବରେ ପଡ଼ିଥିବା ବାଲିରେ ତାଙ୍କ ସ୍କୁଟି ଖସି ଯାଇଥିଲା । ଦ୍ରୁତ ଗତିରେ ପୁରୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ତାଙ୍କ ସ୍କୁଟିକୁ ଧକ୍କା ଦେବା ଫଳରେ ବସ୍ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ମୃତୁ୍ୟ ହୋଇଥିବା ବେଳେ, ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସହଯୋଗୀଙ୍କ ମୃତୁ୍ୟ ହୋଇଥିଲା ।

ମଙ୍ଗଳପୁର ଛକ ନିକଟରେ ଜାତୀୟ ରାଜପଥ-୩୧୬ରେ ଗଚ୍ଛିତ ହୋଇଥିବା ବେଆଇନ ବାଲି ହିଁ ଦୁର୍ଘଟଣାର ମୁଖ୍ୟ କାରଣ । ରାଜ୍ୟରେ ବାଲି ମାଫିଆ ମାନେ ବ୍ୟାପକ ବାଲି ଲୁଟ୍ କରୁଥିବା ସମ୍ପର୍କରେ ବିଜେଡି ବାରମ୍ୱାର ସୂଚାଉଥିବା ବେଳେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ବାଲି ମାଫିଆ ମାନେ ବେଆଇନ ବାଲି ଚୋରି କରୁଥିବା ସ୍ପଷ୍ଟ ବାରି ହେଉଛି । ବିଜେଡି ଏହି ଘଟଣାର ଶୀଘ୍ର ତଦନ୍ତ ଏବଂ ସାମ୍ୱାଦିକାଙ୍କ ମୃତୁ୍ୟ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ଯଦି ଏହି ଦୁଃଖଦ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ସାମ୍ୱାଦିକଙ୍କ ନ୍ୟାୟ ପାଇଁ ବିଜେଡି ରାଜ୍ୟବ୍ୟାପୀ ପ୍ରତିବାଦ କରିବ । ଏହି ଅବସରରେ ସାମ୍ବାଦିକା ଶୀଲା ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀଙ୍କ ଅକାଳ ବିୟୋଗରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ୍ ମହାନ୍ତି, ମିଡିଆ ସଂଯୋଜକ ଡ଼ ପି୍ରୟବ୍ରତ ମାଝୀ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ, ମୁଖପାତ୍ର ମିହିର ରାୟ ଏବଂ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ସାମ୍ବାଦିକା ମାନେ ଗୋଟିଏ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking