21.1 C
Bhubaneswar
Wednesday, February 4, 2026
Homeଓଡିଶାଛାତ୍ର ପୋଡି ଘଟଣା; ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ମନ୍ତ୍ରୀ

ଛାତ୍ର ପୋଡି ଘଟଣା; ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର: ମୁନିଗୁଡା ପାଇକ ଡାକୁଲୁଗୁଡା ସ୍କୁଲରେ ପୋଡି ହୋଇ ୪ ଛାତ୍ର ଗୁରୁତର ହୋଇଥିବା ଘଟଣା । ଏହି ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଗୁରୁତର ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଘଟଣାର ତଦନ୍ତ ଚାଲିଛି, ଏଥିପାଇଁ ଯିଏ ଦୋଷୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଥାଉକି, ଗତକାଲି ୪ ଛାତ୍ରଙ୍କ ଉପରେ ଥିନର୍ ଢାଳି ନିଆଁ ଲଗାଇ ଦେଇଥିଲେ ଆଉ ଜଣେ ଛାତ୍ର । ପୋଡିହୋଇ ୪ ଛାତ୍ର ଗୁରୁତର ଆହତ ହୋଇଥିଲେ । ନିଆଁ ଲାଗିବା ପରେ ତୁରନ୍ତ ଗୁରୁତର ଛାତ୍ରମାନଙ୍କୁ ବିଷମକଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଛାତ୍ରଙ୍କ ଚିକିତ୍ସା ଚାଲିଛି । ଗୁରୁତରଙ୍କ ମଧ୍ୟରେ ୩ ଜଣ ସପ୍ତମ ଓ ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ଥିନର ଢାଳି ନିଆଁ ଲଗାଇବାର କାରଣ ଅସ୍ପଷ୍ଟ ରହିଛି । କେଉଁ କାରଣରୁ ଥିନର ଢାଳି ନିଆଁ ଲଗାଇଛନ୍ତି ଛାତ୍ର ଜଣକ ସେନେଇ ତଦନ୍ତ କରୁଛି ପୋଲିସ ।

ସ୍କୁଲ୍ ପରିସରରେ ଛାତ୍ରଙ୍କ ଉନ୍ମତକାଣ୍ଡ; ୪ଛାତ୍ରଙ୍କ ଉପରେ ଥିନର ପକାଇ ନିଆଁ ଲଗାଇଦେଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking