ପୁରୀ: ବଡଦାଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ଘୋଷାଡି ନେଲା ବୋଲେରୋ । ଏହି ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି । ବଡଦାଣ୍ଡ ବଳଗଣ୍ଡି ଛକରେ ଏକ ବୋଲେରୋ ଗାଡ଼ି ଏକ ସ୍କୁଟି ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଆହତ ତିନିଜଣଙ୍କୁ ସ୍ଥାନୀୟ ଲୋକମାନେ ପୁରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି । ସେଠାରେ ଡାକ୍ତର ନାବାଳକଙ୍କ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ କୁମ୍ଭାରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










