21.1 C
Bhubaneswar
Sunday, December 28, 2025
Homeଦେଶ ବିଦେଶଉତ୍ତରାଖଣ୍ଡରେ ଗୁଳିକାଣ୍ଡ: ଜଣେ ମୃତ

ଉତ୍ତରାଖଣ୍ଡରେ ଗୁଳିକାଣ୍ଡ: ଜଣେ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଗୁଳିକାଣ୍ଡ ଘଟଣାରେ ଜଣେ ମୃତ। ଉତ୍ତରାଖଣ୍ଡର ଉଧମ ସିଂହ ନଗର ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟର ରୁଦ୍ରପୁର କୋତୱାଲି ଅଞ୍ଚଳ ସ୍ଥିତ ପ୍ରୀତ ବିହାରରେ ଆଜି ସକାଳେ ହଠାତ୍ ଗୁଳିଚାଳନା ହୋଇଥିଲାଏହି ଗୁଳିକାଣ୍ଡରେ ଜଣେ ଶ୍ରମିକଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଲେବର ଚୌକରୁ ଶ୍ରମିକମାନଙ୍କୁ କ୍ଷେତରେ ପିଲର ଲଗାଇବା ପାଇଁ ନେଇ ଯାଇଥିଲେ। ଶ୍ରମିକମାନେ କ୍ଷେତରେ ପହଞ୍ଚିବା ମାତ୍ରେ ପଡ଼ୋଶୀ କ୍ଷେତରେ ଗୁଳିଚାଳନା ଆରମ୍ଭ ହୋଇଯାଇଥିଲାସେହି ସମୟରେ ବିହାରର ଜଣେ ଶ୍ରମିକ କାର୍ତିକଙ୍କ ପେଟରେ ଏକ ଗୁଳି ବାଜିଥିଲା। ସାଥୀ ଶ୍ରମିକମାନେ ତାଙ୍କୁ ଡାକ୍ତରଖାନା ନେବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯାଉଛି, ଏବଂ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରି ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking