ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ । ୩ ଦିନ ଧରି ବିଭିନ୍ନ ସରକାରୀ , ବେସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଥମ ଦିନରେ ପାଳଶ ପଙ୍ଗାଠାରେ ମଣ୍ଡିର ଉଦଘାଟନ କରିବା ସହ ମୁରୁସୁଆ ଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ଅପରାହ୍ନରେ ନେଙ୍କଡାଘର ଛକଠାରେ ବିପ୍ଲବୀ ଧରଣୀଧର ନାଏକଙ୍କ ନବ ନିର୍ମିତ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ । ସନ୍ଧ୍ୟାରେ କେନ୍ଦୁଝର ଷ୍ଟାଡିୟମ ଠାରେ ଆୟୋଜିତ ଗୋନାସିକ ମହୋତ୍ସବର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଡିଏନ ହାଇସ୍କୁଲ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗଦେବେ । ସେହିପରି ତୃତୀୟ ଦିନରେ ପିଏମଶ୍ରୀ ହାଇସ୍କୁଲର ଗଲଡେନ ଜୁବୁଲି ଉତ୍ସବ ସେମତ ବଇବିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।










