20.1 C
Bhubaneswar
Sunday, December 21, 2025
Homeଓଡିଶାସୋମନାଥ ବିଦ୍ୟାପୀଠ ୧୯୭୮ ବ୍ୟାଚ୍‌ର ବନ୍ଧୁମିଳନ

ସୋମନାଥ ବିଦ୍ୟାପୀଠ ୧୯୭୮ ବ୍ୟାଚ୍‌ର ବନ୍ଧୁମିଳନ

ଜଗତସିଂହପୁର: ସୋମନାଥ ବିଦ୍ୟାପୀଠ ଜାହାନପୁରରେ ୧୯୭୮ ମସିହା ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ଏବଂ ଗୁରୁପୂଜନ ଉତ୍ସବ ସ୍ଥାନୀୟ ସୋମନାଥ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପ୍ରଧାନଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଲିଙ୍ଗରାଜ ମିଶ୍ର, ପ୍ରାକ୍ତନ ଶିକ୍ଷକ ପ୍ରଫୁଲ କୁମାର ପଟ୍ଟନାୟକ, ନିର୍ମଳଚନ୍ଦ୍ର ଜେନା, କୃଷ୍ଣଚନ୍ଦ୍ର ନନ୍ଦ, ବିଷ୍ଣୁଚରଣ ଜେନା, ବିଷ୍ଣୁ କୃଷ୍ଣ ନନ୍ଦ, ନାରାୟଣ ଚନ୍ଦ୍ର ଜେନା, ସୁରେନ୍ଦ୍ର କୁମାର ବେହେରା ଏହି ଗୁରୁପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ୧୯୭୮ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଏହି ବ୍ୟାଚ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଅତୀତର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଗୁରୁଜନମାନଙ୍କର ଆଶୀର୍ବାଦ କାମନା କରିଥିଲେ। ଏହି ସଭାରେ ପ୍ରେମାନନ୍ଦ ନାୟକ ସଭାପତିତ୍ୱ କରିଥିଲା ବେଳେ ଅଜୟ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରବି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

୧୯୭୮ ବ୍ୟାଚ୍ ତରଫରୁ ମୋ ସ୍କୁଲ ଅଭିଯାନ ଅନୁଯାୟୀ ବର୍ତ୍ତମାନର ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନାଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶୀ ବିିଦ୍ୟାଳୟର ଉନ୍ନତି ନିମନ୍ତେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାମଚନ୍ଦ୍ର ମହାପାତ୍ର, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ,କାମଦେବ ସାହୁ, ନିରୂପମା ବେହେରା, ସନ୍ଧ୍ୟା ଜେନା, ମନୋରମା ଭୂୟା, ସଞ୍ଜୁ ଜେନାଙ୍କ ସହ ଏଥିରେ ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଦିବ୍ୟଙ୍ଗତ ଶିକ୍ଷକ ଓ ସହପାଠୀମାନଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking