ଯାଜପୁର: ବଦଶମ ରାଜ୍ୟ ସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା ବ୍ୟାସନଗର ସହରର ଚୋରଦା ସ୍ଥିତ କାଳୀ ମେଲଣ ପଡିଆରେ ଶନିବାର ଅନୁଷ୍ଠିତ ହୋଇଯାଇଛି | ଶୀତୁଆ ସନ୍ଧ୍ୟା ରେପାଠକ ମାନେ ଶୀତକୁ ଉପଭୋଗ କରିବା ସଂଗେ ମନ ପସନ୍ଦର ପୁସ୍ତକ କିଣି ସାହିତ୍ୟ ସଭା ଯୋଗଦେଇ ଅଥିତି ମାନଙ୍କଠାରୁ ସାରମର୍ମ ଭାଷଣ ଶୁଣି ସାହିତ୍ୟ କଳା ପ୍ରତି ଅକୁଷ୍ଟ ହୋଇ ନିଜକୁ କୁର୍ଥାଥ ମଣୁଥିଲେ l ଏହି ସାରସ୍ୱତ ସଭାରେ ପୁସ୍ତକ ମେଳା କମିଟିର ମୁଖ୍ୟ ଉପଦେଷ୍ଟା ସବିତା ରାଉତ ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ଡ. କୁସଚନ୍ଦ୍ର ପ୍ରଧାନ ବିବରଣୀ ପାଠ କରିଥିଲେ | ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବ୍ୟାସନଗର ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଯୋଗଦେଇ ଆଗାମୀ ଦିନରେ ପୁସ୍ତକ ମେଳାରେ ସହରର ସମସ୍ତ ସାହିତ୍ୟିକ, ଲେଖକ, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ଛାତ୍ରୀ ଛାତ୍ର ମାନଙ୍କୁ ସାମିଲ କଲେ ଏହି ମେଳା ଆହୁରି ସରସ ସୁନ୍ଦର ହେବ ବୋଲି ବକ୍ତବ୍ୟରେ କହିଥିଲେ | ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ରାମଚନ୍ଦ୍ର ନାୟକ ଯୋଗଦେଇ ମଣିଷର ଚରିତ୍ର ଗଠନରେ ପୁସ୍ତକର ଭୂମିକା ଉଲ୍ଲେଖନୀୟ | ସମ୍ମାନିତ ଅତିଥିଭାବେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧକ୍ଷ ଡ଼ ଶରତ ଚନ୍ଦ୍ର ମଲ୍ଲିକ ଓ ବରିଷ୍ଠ ଉପଦେଷ୍ଟା ଅଭିମନ୍ୟୁ ମିଶ୍ର ପ୍ରମୁଖ ଯୋଗଦେଇ ପୁସ୍ତକ ମେଳାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ | ପ୍ରାରମ୍ଭରେ ଅକ୍ଷୟ ଦେଓ ଙ୍କ ସଂଚାଳନରେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ବନ୍ଦେ ଉତ୍କଳଜନନୀ ଗାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | କମିଟିର ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି ଅତିଥି ମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିଥିବା ବେଳେ ସଭ୍ୟ ଅଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ | କମିଟିର ସଭାପତି ବିଦ୍ୟାଧର ମହାନ୍ତି ଓ କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମହାନ୍ତି କୃତି ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କାଟିଥିଲେ |ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପ ସଭାପତି ଡ଼ ଅକ୍ଷୟ କୁମାର ପଣ୍ଡା ବରିଷ୍ଠ ଉପଦେଷ୍ଟା ଚନ୍ଦ୍ରମଣି ସାମଲ,ମଧୁସୂଦନ ମହାପାତ୍ର, ସଭ୍ୟ ନିର୍ମଳ ରାଉତ, ପ୍ରଫୁଲ୍ଲ ନାୟକ, ବାବାଜୀ ଚରଣ ସାହୁ, ଅଶୋକ ଖିଲାର, ଯୋଗେନ୍ଦ୍ରନାଥ ସାହୁ, ପ୍ରଦ୍ୟୁମ୍ନ ବୋଇତାଇ, ପ୍ରଶାନ୍ତ ପାତ୍ର ପ୍ରମୁଖ ସାହିତ୍ୟିକ ବୁଦ୍ଧି ଯିବି ଶିକ୍ଷା ବିତି ପୁସ୍ତକ ପ୍ରେମୀ ଉପସ୍ଥିତ ରହି ସାରସ୍ୱତ ସଭା ର ମାନ ବଢ଼ାଇ ଥିଲେ ପରେ ନୃତ୍ୟ ଗୀତ ଛାତ୍ର ଛାତ୍ରୀ ମାନେ ପରାମ୍ପିକ କଳା ଭଜନ ପରି ବେଷଣା କରି ଥିଲେ l କାର୍ଯ୍ୟକ୍ରମ ଅତି ଉଚ୍ଚ କୋଟିର ପର୍ଦର୍ଷଣ ହୋଇ ହୋଇ ଥିଲା l










