ଜଗତ୍ସିଂହପୁର: ବୁଧବାର ସକାଳେ ଜଗତସିଂହପୁର ସାନବଜାର ସ୍ଥିତ ବସ୍ଷ୍ଟାଣ୍ଡ ନିକଟ ରାସ୍ତା ମଝିରେ ଅଳକା ନାମକ ଏକ ଯାତ୍ରୀବାହୀ ବସର ବାମ ପାଶ୍ୱର୍ ମଝିରେ ଏକ ଘରୋଇ କାର୍ର ପଛ ପାଶ୍ୱର୍ ଘସି ହୋଇ ବ୍ୟାକ୍ ଲାଇଟ୍ ଭାଙ୍ଗି ଯିବାନେଇ କାର୍ରେ ବସିଥିବା କାର୍ ମାଲିକିଆଣୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା। ମହିଳା ଜଣଙ୍କ କାର୍ରୁ ଓହ୍ଲାଇ ଆସି ବସ୍ ଚାଳକଙ୍କୁ ଧମକାଇବା ସହିତ ବସର ଚାବିକୁ ଜୋର୍ଜବରଦସ୍ତ ନେଇ ଯାଇଥିଲେ। ଯାହାଫଳରେ ରାସ୍ତା ମଝିରେ ବସ ଓ ବଙ୍କା ଅବସ୍ଥାର କାର ଠିଆ ହେବା ନେଇ ଘଟଣାସ୍ଥଳରେ ଯାତ୍ରୀମାନେ ବସରୁ ଓହ୍ଲାଇ ଆସିବା ମହିଳାଙ୍କୁ ବୁଝାଇବା ପାଇଁ ଚେଷ୍ଠା କରିଥିଲେ। ହେଲେ ମହିଳା ଜଣଙ୍କ ସେମାନଙ୍କ ବ୍ୟବହାର ଖରାପ କରିବା ସହିତ ପୁଲିସ ନଆସିଲେ ବସ ଓ କାର ସେମିତି ରହିବ ବୋଲି ଧମକାଇ ଥିଲେ। ଏଥି ସହିତ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳବାସୀ ଓ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ମଧ୍ୟ ପହଞ୍ôଚ ମହିଳାଙ୍କୁ ବୁଝାଇ ଗାଡି ସାଇଡ କରି ରାସ୍ତା ଯାମ୍ ହଟାଇବା ପାଇଁ କହିଥିଲେ ମଧ୍ୟ ସେମାନେ ମଧ୍ୟ ଏହି ବ୍ୟବହାରରୁ ବାଦ୍ ପଡି ନଥିଲେ। ତେବେ ଯିଏ ବି ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି, ସେହି ବ୍ୟକ୍ତି ଜଣଙ୍କ ତୁ କିଏ?
ରାସ୍ତା କଣ ତୋ ବୋପାର କହି ଲଜ୍ଜିତ ହେଉଥିବା ଦେଖାଯାଇଛି। ତେବେ ଦୀର୍ଘ ସମୟଧରୀ ରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ବସ ଓ କାର ଅଟିକି ରହିବା ନେଇ, ଜଗତସିଂହପୁର କଟକ ରାସ୍ତା ବନ୍ଦ ହୋଇ ଯିବା ସହିତ ବିଭିନ୍ନ ଜାନ ରାସ୍ତାର ଉଭୟ ପାଶ୍ୱର୍ରେ ଲମ୍ବା ଧାଡି ସୃଷ୍ଟି ହୋଇ ଯାଇ ଥିଲା। ଏଥି ସହିତ ଯାତ୍ରୀ ସେବା ଓ ଅନ୍ୟାନ୍ୟ ଜରୁରୀ ସେବା ଦୀର୍ଘ ସମୟ ଧରୀ ବନ୍ଦ ହୋଇ ଯିବା ଫଳରେ ଜନ ସାଧାରଣ ଓ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ଶେଷରେ ହଗତସିଂହପୁର ସଦର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ମହିଳାଙ୍କୁ ବସର ଚାବି ଦେବା ପାଇଁ ନିର୍ଦ୍ଦେଶ ଦେବା ସହିତ ଦୁର୍ଘଟଣାଗ୍ରସ୍ତ କାର ଓ ବସକୁ ଥାନାକୁ ନେଇ ଯାଇଥିଲେ। ପ୍ରକାଶ, ଆଜି ସକାଳ ୭ଘଟିକା ସମୟରେ ତଣ୍ଡିକୂଳରୁ ପରୀ ଅଭିମୁଖେ ଯାତ୍ରୀ ନେଇ ଯାଉଥିବା ଅଳକା ନାମକ ବସ ନଂ ଓଡି ୦୫ଏଏଫ୍୫୯୨୫ର ବାମପାଶ୍ୱର୍ ମଧ୍ୟଭାଗରେ ବିପରିତ ଦୀଗରୁ ଅର୍ଥାତ୍ ରଙ୍ଗ ରୁଟରେ ଜଗତସିଂହପୁର ଅଭିମୁଖେ ଆଶୁଥିବା ଏକ କାର ନଂ ଓଡି ୦୫ଏଡବ୍ଲୁ ୫୫୪୪ର ପଛ ପାଶ୍ୱର୍ ଘସି ହୋଇଯାଇଥିଲା। ଯହା ଫଳରେ କାର୍ର ବାମପାଶ୍ୱର୍ ପଛ ବ୍ୟାକ୍ ଲାଇଟ କଭର ଭାଙ୍ଗିଯିବା ସହିତ ଦାଗ ହୋଇଯାଇଥିଲା। ଯାହାକୁ ନେଇ ଉପରୋକ୍ତ ହାଇଡ୍ରାମା ଦେଖିବାକୁ ମିଳିଥିଲା।










