ଭୁବନେଶ୍ୱର: କଟକରେ ଦଳ ଯେମିତି ଚାଲିଥିଲା ସେମିତି ଚାଲିବ କହିଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ବାପା ମୋକିମ କଂଗ୍ରେସରୁ ବହିଷ୍କାର ପରେ କହିଲେ ସୋଫିଆ । ସେ ଆହୁରି କହିଛନ୍ତି ଯେ ବିଧାୟିକା ଭାବେ ସେବା କରିବା ପାଇଁ ଆଛି, ଆଗକୁ ବି ପ୍ରସ୍ତୁତ ରହିବୁ । ସୂଚନାଯୋଗ୍ୟ, ନିକଟରେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ । ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ଏହାରି ଭିତରେ ମୋକିମ ପ୍ରତିକ୍ରିୟା ରଖି କହିଥିଲେ ଯେ ସୋଫିଆ ବିଧାୟିକା ଅଛନ୍ତି, ତାଙ୍କର ଏହା ସହ କୌଣସି ସଂପର୍କ ନାହିଁ । ନିଜ ନିଷ୍ପତ୍ତି ନିଜେ ସୋଫିଆ ନେବେ, ନିଜ କାର୍ଯ୍ୟ ନିଜେ ସ୍ଥିର କରିବେ । ଏହା ପରେ ଆଜି ସୋଫିଆ କହିଛନ୍ତି ଯେ ବିଧାୟିକା ଭାବେ ସେବା କରିବା ପାଇଁ ଆଛି, ଆଗକୁ ବି ପ୍ରସ୍ତୁତ ରହିବୁ ।










