16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଦୋକାନୀଙ୍କୁ ଗୁଳି କରି ହତ୍ୟା

ଦୋକାନୀଙ୍କୁ ଗୁଳି କରି ହତ୍ୟା

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ବିହାରୀପୁର ଗାଁରେ ଶନିବାର ଜଣେ କିରାଣା ଦୋକାନ ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ ସୂତ୍ର ଅନୁଯାୟୀ, ବାଗପତ କୋତୱାଲି ଅଞ୍ଚଳରେ ଅବସ୍ଥିତ ବିହାରୀପୁର ଗାଁର ଗାନ୍ଧୀ ଚୌକ ନିକଟରେ ରିଷିପାଲ (୫୬)ଙ୍କର ଏକ କିରାଣା ଦୋକାନ ଥିଲା।ପରିବାର ସଦସ୍ୟଙ୍କ ଅନୁଯାୟୀ, ଶନିବାର ସକାଳ ପ୍ରାୟ ୫ଟାରେ ରିଷିପାଲ ତାଙ୍କ ଦୋକାନ ଖୋଲିଥିଲେ। କିଛି ସମୟ ପରେ ଦୁଇଜଣ ଅପରାଧୀ ସେଠାରେ ପହଞ୍ଚି ତାଙ୍କ ଛାତିରେ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିଲେ। ଘଟଣା ପୂର୍ବରୁ ତୃତୀୟ ଅପରାଧୀ ଘଟଣାସ୍ଥଳର ରେକି କରିଥିବା ଜଣାପଡ଼ିଛି। ପୋଲିସ ଅଧୀକ୍ଷକ ସୂରଜ କୁମାର ରାୟ କହିଛନ୍ତି ଯେ ପୋଲିସ ସୂଚନା ପାଇଥିଲା ଯେ 20 ଦିନ ପୂର୍ବେ ସେହି ଗାଁର ଜଣେ ବ୍ୟକ୍ତିଙ୍କ ସହିତ ଋଷିପାଲଙ୍କର ବିବାଦ ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking