21.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟରେ ଆଉ ଖୋଲିବନି ମଦ ଦୋକାନ

ରାଜ୍ୟରେ ଆଉ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର: ରାଜ୍ୟରେ ଆଉ ଖୋଲିବନି  ନୂଆ ମଦ ଦୋକାନ ।  ବିଧାନସଭାରେ ଏନେଇ ଉତ୍ତର ରଖିଲେ ଅବକାରୀ  ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଭିନ୍ନ କାରଣରୁ ରାଜ୍ୟର ଅନେକ ମଦ ଦୋକାନକୁ ବନ୍ଦ କରାଯାଇଛି । ସେହିଭଳି ୫ ବର୍ଷରେ ୧.୬୬ ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଛି । ସେହିପରି ୫୨ ହଜାର  ୨୩୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଚଳିତବର୍ଷ ନଭେମ୍ବର ସୁଦ୍ଧା ୨୨ ହଜାର ୩୮୦ କେଜି  ଗଞ୍ଜେଇ  ଜବତ ହୋଇଛି । ୪୩୬୪ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । କନ୍ଧମାଳରେ ୩୬୪୯, ବୌଦ୍ଧରେ ୩୩୭ ଏକର ଜମିରେ ଗଞ୍ଜେଇ ନଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking