ନୂଆଦିଲ୍ଲୀ: ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି- ପୁଟିନ ମିଳିତ ପ୍ରେସ ବିବୃତି ଜାରି କରିଛନ୍ତି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏମଓୟୁ ନେଇ ସୂଚନା ଜାରି କରାଯାଇଛି ।୨୩ତମ ଶିଖର ସମ୍ମିଳନୀ ପରେ ପୁଟିନ କହିଛନ୍ତି,ଜାତୀୟ ମୁଦ୍ରାରେ ନେଣଦେଣ ପାଇଁ ଧନ୍ୟବାଦ ଜଣାଇଲେ ରାଷ୍ଟ୍ରପତି ପୁଟିନ । ଭାରତୀୟ ଅର୍ଥନୀତି ପାଇଁ ନିରବିଚ୍ଛିନ୍ନ ଇନ୍ଧନ ଯୋଗାଣ ଜାରି ରଖିବୁ । ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡକୁ ଯାଉଛି ଉଭୟ ଦେଶ । ବାଣିଜ୍ୟିକ ନେଣଦେଣ ବର୍ତ୍ତମାନ ପ୍ରାୟ ୯୬ ପ୍ରତିଶତ ହୋଇସାରିଛି । ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ୧୨% ବୃଦ୍ଧି ପାଇ ନୂଆ ରେକର୍ଡ କରିଛି । ବିଭିନ୍ନ ତଥ୍ୟ ଅନୁସାରେ ଏହି ସଂଖୟା ଅଳ୍ପ ଅଧିକ କମ ଦେଖାଯାଇପାରେ । କିନ୍ତୁ ସାଧାରଣରେ ଏହା ପ୍ରାୟ ୬୪ ବିଲିୟନ ଆମେରିକୀୟ ଡଲାର । ଚଳିତ ବର୍ଷର ଫଳାଫଳ ମଧ୍ୟ ଏହି ସ୍ତରରେ ରହିବା ନେଇ ଆଶାବାଦୀ । ବୁଝାମଣାରେ ଆମେ ୧୦୦ ବିଲିୟନ ଡଲାରର ଲକ୍ଷ୍ୟ ଛୁଇଁବାକୁ ସମର୍ଥ ଅଛୁ । ପ୍ରଧାନମନ୍ତ୍ରୀ ଆମକୁ ଏକ ଲମ୍ବା ତାଲିକା ଦେଇଛନ୍ତି । ଆମ ସରକାରଙ୍କ ସର୍ବାଧିକ ଧ୍ୟାନ ଦେଉଛି, କରିବୁ ମଧ୍ୟ । ଭାରତର ସବୁଠାରୁ ବଡ ପରମାଣୁ କେନ୍ଦ୍ର ନିର୍ମାଣ ଉପରେ କାମ କରୁଛୁ । ୬ଟି ରିଆକ୍ଟରରୁ ୩ଟି ପୂର୍ବରୁ ବିଦ୍ୟୁତ ଗ୍ରିଡ ସହିତ ସଂଯୋଗ ହୋଇସାରିଛି । ନୂଆ ଅନ୍ତର୍ଜାତୀୟ ପରିବହନ ମାର୍ଗ ଗଢିବା ଉପରେ କାମ କରୁଛୁ । ଭାରତ ମହାସାଗର ଉପକୂଳ ନର୍ଥ-ସାଉଥ ପରିବହନ କରିଡର ଲକ୍ଷ୍ୟ ରଖାଯାଇଛି । ୨ ଦେଶ ମିଶି ସ୍ୱାଧୀନ ଓ ଆତ୍ମନିର୍ଭରଶୀଳ ବୈଦେଶିକ ନୀତି ପାଳନ କରୁଛୁ । ସମାନ ଚିନ୍ତାଧାରା ଥିବା ଦେଶମାନଙ୍କ ସହିତ ଏହି ନୀତି ଆଗେଇ ନେଇଯାଉଛୁ । ଜାତିସଂଘରେ ଲିପିବଦ୍ଧ ଅନ୍ତର୍ଜାତୀୟ ଆଇନର ମୌଳିକ ନୀତିକୁ ସୁରକ୍ଷା ଦେଉଛୁ । ବିଆରଆଇସିଏସର ପ୍ରତିଷ୍ଠାତା ଦେଶ ଭାବେ ସଂଗଠନର ପ୍ରତିପତ୍ତି ପାଇଁ କାମ କରୁଛୁ । ଆସନ୍ତା ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷତା ଗ୍ରହଣ କରିବ । ଭାରତୀୟ ବନ୍ଧୁମାନଙ୍କୁ ସବୁ ପ୍ରକାରର ଆବଶ୍ୟକ ସହଯୋଗ ଦେବୁ । ଭାରତୀୟ ସୈନ୍ୟବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ୫୦ ବର୍ଷ ହେଲା ଚାଲିଛି । ରୁଷିଆ- ଭାରତ ଭାଗିଦାରୀ ଆହୁରି ମଜଭୁତ ହେବ କହିଛନ୍ତି ପୁଟିନ ।










