କଟକ: ଚଳଚଞ୍ଚଳ କଟକ ବାରବାଟୀ ଷ୍ଟାଡିୟମ । ଆଉ ୪ ଦିନ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି । ଏଥି ପାଇଁ ପଡିଆ ଠାରୁ ପିଚ, ଗ୍ୟାଲେରୀ ଠାରୁ ବିଭିନ୍ନ ଷ୍ଟାଣ୍ଡ ପ୍ରସ୍ତୁତ ହୋଇ ସାରିଲାଣି। ସେପଟେ ଓସିଏ ଅନୁବନ୍ଧିତ ସଂଗଠନଗୁଡିକ, ସ୍କୁଲ, କଲେଜ ଓ କ୍ଲବଗୁଡିକ ପାଇଁ ଟିକେଟ ବିକ୍ରି ହେଉଛି। ପାଖାପାଖି ୮୦ ସଂଗଠନ ଦୁଇ ଦିନରେ ୧୧ ହଜାର ଟିକେଟ ସଂଗ୍ରହ କରିବେ। ଓସିଏ କନଫରେନ୍ସ ହଲରେ ଓସିଏ ସଦସ୍ୟ ଓ ଏସବିଆଇ ମିଳିତ ଭାବେ ଏହି ଟିକେଟ ବିକ୍ରୀ କରୁଛନ୍ତି। ଏଥର ବାରବାଟୀରେ ପ୍ରଥମଥର ଲାଗି ରେଡ ସଏଲ ପିଚରେ ମ୍ୟାଚ ଆୟୋଜନ କରିବାକୁ ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ ଚୁଡାନ୍ତ ନିଷ୍ପତ୍ତି ନେବା ପରେ ପିଚ କାମ ଜୋରଦାର ହୋଇଛି। ଘାସ କଟାକୁ ମଧ୍ଯ ତ୍ବରିତ ଗତିରେ କରାଯାଇ ପଡିଆକୁ ଚେସ ବୋର୍ଡ ସେଫ୍ ଦିଆ ଯାଉଛି।










