22.1 C
Bhubaneswar
Friday, December 5, 2025
Homeଓଡିଶା୭ ବର୍ଷରେ୪୩୨ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ: ଶ୍ରମ ମନ୍ତ୍ରୀ

୭ ବର୍ଷରେ୪୩୨ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ: ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର: ଗତ ୭ ବର୍ଷରେ ୪୩୨ ପ୍ରବାସୀ ଶ୍ରମିକଙ୍କ ଜୀବନ ଯାଇଛି । ଏନେଇ ବିଧାନସଭାର ଶୂନ୍ୟକାଳରେ ଶ୍ରମ ମନ୍ତ୍ରୀ  ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି ।  କହିଛନ୍ତି, ରାଜ୍ୟ ବାହାରକୁ କାମ କରିବାକୁ  ଯାଇ ପ୍ରାଣ ହରାଉଛନ୍ତି ପ୍ରବାସୀ  ଶ୍ରମିକ । ୨୦୧୯ରୁ  ୨୦୨୫ ମଧ୍ୟରେ ୪୩୨  ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ବାହାର ରାଜ୍ୟରେ ମୃତ ପ୍ରବାସୀ ଶ୍ରମୀକଙ୍କ ମୃତଦେହ ଫେରାଇ ଆଣିଛନ୍ତି ସରକାର ।  ମୃତ ବ୍ୟକ୍ତିଙ୍କ ପରିବାରକୁ  ସହାୟତା ରାଶି ଯୋଗାଇ  ଦେଇଛନ୍ତି ରାଜ୍ୟ ସରକାର ।  ୧୪ଟି ପ୍ରବାସୀ  ଶ୍ରମିକ ଜିଲ୍ଲାକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ମିଳିଛି । ଅନ୍ୟ ୧୬ ଜିଲ୍ଲାକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ସରଗରମ ହୋଇପାରେ ବିଧାନସଭ।।  ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇପାରନ୍ତି  ଶାସକ ଏବଂ ବିରୋଧୀ ।  ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ  ଦେଇପାରେ ମୁଖ୍ୟ ବିରୋଧୀ ବିଜେଡି ।  ସେପଟେ ଶକ୍ତି, କୃଷି ଖାଦ୍ୟ ଯୋଦାଣ ଏବଂ ଖାଉଟି କଲ୍ୟାଣ ବିଭାଗର ରହିଛି  ପ୍ରଶ୍ନକାଳ ।  ପ୍ରଶ୍ନକାଳରେ ଗୃହରେ ଘମାଘୋଟ ଆଲୋଚନାର ସମ୍ଭାବନା ରହିଛି । ଦ୍ୱିତୀୟାର୍ଦ୍ଧରେ ବାଣିଜ୍ୟ , ଆଇନ ସଂଶୋଧନ ପ୍ରସ୍ତାବ ଉପରେ  ଆଲୋଚନା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking