19.1 C
Bhubaneswar
Friday, December 5, 2025
Homeଓଡିଶାସାବଧାନ ! ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ

ସାବଧାନ ! ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ

ଭୁବନେଶ୍ୱର: ସାବଧାନ ! ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ । ଉକ୍ତ ମେଡ଼ିସିନ ଖାଇଲେ ଧନ ଜୀବନ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଗତ ୪ ବର୍ଷରେ ଏପରି ୧୬୮ ଟି ପ୍ରକାରର ସନ୍ଦେହଜନକ ଔଷଧ ଜବତ ବା ସିଜ କରିଛି ସ୍ୱାସ୍ଥ୍ୟ ବିଭାଗ । ସେହିପରି ୩୮୮ଟି ନିମ୍ନମାନର ମେଡ଼ିସିନ ଚିହ୍ନଟ ହୋଇଛି । ଏନେଇ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଓଡିଶା ମାର୍କେଟରେ ବୁଲୁଛି ଡୁପ୍ଲିକେଟ୍ ମେଡିସିନ୍ । ସତର୍କ କଲେ ରାଜ୍ୟ ସରକାର । ପାନ ୪୦, ପାନଟପ, ଟେଲମା, ପାରାସିଟାମଲ ପରି ନକଲି ଔଷଧ ବଜାରରେ ବୁଲୁଛି । ଏପରି ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ପ୍ରକାରର ନକଲି ମେଡ଼ିସିନ । ଆଉ ୩୮୮ ଟି ନିମ୍ନମାନର ମେଡ଼ିସିନ ଚିହ୍ନଟ ହୋଇଛି । ଗତ ୪ ବର୍ଷରେ ଅଢେଇ କୋଟିର ଉର୍ଦ୍ଧ୍ୱ ଟଙ୍କାର ନକଲି ମେଡ଼ିସିନ ଜବତ କଲେଣି ସରକାର । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ଏହି ତଥ୍ୟ ସାମ୍ନାକୁ ଆସିଛି । ୨୦୨୧-୨୨ରୁ ୨୦୨୪-୨୫ ଭିତରେ ୧୬୮ ଟି ନକଲି ମେଡ଼ିସିନ ଚିହ୍ନଟ ହୋଇଛି । ସେହିଭଳି ୩୮୮ ଟି ନିମ୍ନମାନର ମେଡ଼ିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ।

ନକଲି ଔଷଧ ନେଇ ସରକାରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, “ନକଲି ଔଷଧ ବନ୍ଦ କରିବା କଥା । ନକଲି ଔଷଧ ବ୍ୟାନ ହେବା ଯୁକ୍ତିଯୁକ୍ତ । ସରକାର ଚାହିଁଲେ ବ୍ୟାନ କରିପାରିବେ । ନକଲି ଔଷଧ ଖାଇ ଲୋକେ କ୍ଷତିଗ୍ରସ୍ତ ନହୁଅନ୍ତୁ । ଲୋକଙ୍କ ସ୍ୱାସ୍ଥ୍ୟ ଯେପରି ଖରାପ ନ ହେଉ । ମୃତ୍ୟୁ ମୁଖରେ ଲୋକେ ନପଡ଼ନ୍ତୁ । ତାହା ଉପରେ ନଜର ଦେବା ସରକାରଙ୍କ ଦାୟିତ୍ୱ । ବିଭାଗ ବାରମ୍ବାର ଚଢ଼ାଉ କରିବା କଥା । ପୂର୍ବରୁ ମଧ୍ୟ ଚଢ଼ାଉ ହୋଇଥିଲା । ହେଲେ ପୂର୍ବ ସରକାରକୁ ଦାୟୀ କରି ଖସିବା କଥା ରୁଗ୍ଣ ମାନସିକତା ।” ନକଲି ଔଷଧ ନେଇ ସରକାରଙ୍କୁ ଘେରିଛି କଂଗ୍ରେସ । କଂଗ୍ରେସ ବିଧାୟକ ରାଜନ ଏକ୍କା କହିଛନ୍ତି, “ନକଲି ମେଡ଼ିସିନ ବେପାରରେ ବଡ଼ ଲୋକଙ୍କ ହାତ ରହିଛି । ସରକାର ଏଥିରେ ଜଡିତ ଥିବା ଭଳି ଲାଗୁଛି । ନକଲି ମେଡ଼ିସିନରେ ହଜାର ହଜାର କୋଟି ଟଙ୍କାର ବେପାର ହେଉଛି । ବିଷ ଦେଇ ଲୋକଙ୍କୁ ମାରିବା ଲାଗି ବ୍ୟବସ୍ଥା ହେଉଛି । ଡବଲ ଇଂଜିନ ସରକାର ଆସିବା ପରେ ଏପରି ଘଟଣା ଘଟୁଛି । ଲୋକଙ୍କ ଜୀବନ ସହ ବିଭିନ୍ନ ଜାଲି କମ୍ପାନୀ ଖେଳୁଛନ୍ତି । ଚଢ଼ାଉକୁ ଆହୁରି ଜୋରଦାର କରି ନକଲି ଔଷଧ ଜବତ କରାଯା । ସରକାର କେବଳ ତଥା ଦେଉଛନ୍ତି । ହେଲେ କାର‌୍ୟ୍ୟାନୁଷ୍ଠାନ ନେଉ ନାହାନ୍ତି । ୨୦୦ ରୁ ଅଧିକ ନକଲି ଔଷଧ ବଜାରରେ ବୁଲୁଛି । ଯେଉଁ ମାନେ ଏଥିରେ ସାମିଲ ଅଛନ୍ତି, ସେମାନଙ୍କ ବିରୋଧରେ ହେଉ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking