19.1 C
Bhubaneswar
Friday, December 5, 2025
Homeଦେଶ ବିଦେଶଟ୍ରଙ୍କରୁ ନାବାଳକର ମୃତଦେହ ଉଦ୍ଧାର

ଟ୍ରଙ୍କରୁ ନାବାଳକର ମୃତଦେହ ଉଦ୍ଧାର

ଉତ୍ତର ପ୍ରଦେଶ: ଟ୍ରଙ୍କରୁ ଶିଶୁର ମୃତଦେହ ଉଦ୍ଧାର । ଆଜି ସକାଳେ ଦିଲ୍ଲୀ – ଲକ୍ଷ୍ନୌ ରାସ୍ତାରେ ଏକ ଟ୍ରଙ୍କ ଭିତରୁ ଜଣେ ଆଠ ବର୍ଷର ନାବାଳକର ମୃତଦେହ ଉଦ୍ଧାର କରାଯାଇଛି । ଉତ୍ତର ପ୍ରଦେଶର ନାକଟିଆ ନଦୀ ନିକଟରେ, ଲୋକମାନେ ରାସ୍ତା କଡରେ ସନ୍ଦେହଜନକ ପରିସ୍ଥିତିରେ ଏକ ଟ୍ରଙ୍କ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରଙ୍କ ଖୋଲି ଶିଶୁର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ । ଶିଶୁଟିର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ପୋଲିସର ପ୍ରାଥମିକ ତଥ୍ୟ ଅନୁଯାୟୀ, ପିଲାଟିର ଗୋଟିଏ ଆଖି ନ ଥିବା ସହ ଶରୀରରେ ଅନେକ ଆଘାତ ଦେଖିବାକୁ ମିଳିଥିଲା, ମୃତଦେହର ଅବସ୍ଥା ଦେଖି ଗୁଣିଗାରେଡି ହୋଇଥିବା ନେଇ ସନ୍ଦେହ କରାଯାଉଛି । ଏହା ବିଶ୍ୱାସ କରାଯାଉଛି କେହି ଜଣେ ନାବାଳକକୁ ପ୍ରଥମେ ହତ୍ୟା କରି ମୃତଦେହକୁ ଟ୍ରଙ୍କରେ ଭର୍ତ୍ତି କରି ଏଠାରେ ଫିଙ୍ଗି ଦେଇଛି । ତେବେ ଏହି ଘଟଣାରେ ପୋଲିସ ଆଖପାଖରେ ଥିବା ସିସି କ୍ୟାମେରା ମାଧ୍ୟମରେ ଘଟଣାସ୍ଥାନରେ ଟ୍ରଙ୍କଟି ଛାଡିଥିବା ଲୋକକୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି । ଏହା ବ୍ୟତୀତ, ନିଖୋଜ ପିଲାମାନଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛି, ଯାହା ଦ୍ୱାରା ଶିଶୁଟିକୁ ଚିହ୍ନଟ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking