16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶନୀତିଶ କୁମାର ଏନଡିଏ ବିଧାୟକ ଦଳ ନେତା

ନୀତିଶ କୁମାର ଏନଡିଏ ବିଧାୟକ ଦଳ ନେତା

ବିହାର: ବିହାର ନୀତିଶ କୁମାର ଏନଡିଏ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସମ୍ରାଟ ଚୌଧୁରୀ ନାମ ପ୍ରସ୍ତାବ କରିବା ପରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ । କାଲି ସାଢେ ୧୧ଟାରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ସକାଳେ ଜେଡିୟୁର ଦଳୀୟ ବିଧାୟକ ଦଳ ବୈଠକରେ ନୀତିଶ କୁମାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବିଜୟ ସିହ୍ନା ବିଧାୟକ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି । ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୂର୍ବ ଭଳି ଉପମୁଖ୍ୟମନ୍ତ୍ରୀ ଭାବେ ରହିବେ । ପାଟନାରେ ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ଦୁଇ ନେତା ଗତକାଲି ଶପଥ ଗ୍ରହଣ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ଅନ୍ୟପଟେ, ତେଜସ୍ୱୀ ଯାଦବଙ୍କ ବାସଭବନରେ ଆରଜେଡି ନେତାଙ୍କ ବୈଠକରେ ତେଜସ୍ୱୀ ଯାଦବ ବିରୋଧୀ ଦଳ ନେତା ହେବେ ବୋଲି ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking