16.1 C
Bhubaneswar
Thursday, February 5, 2026
Homeଓଡିଶାକଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଝୁରୁଛନ୍ତି ଫ୍ୟାନ

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଝୁରୁଛନ୍ତି ଫ୍ୟାନ

ଭୂବନେଶ୍ୱର: ଆରପାରିରେ ଓଡ଼ିଆ ସଙ୍ଗୀତ ଜଗତର ଭର୍ସାଟାଇଲ୍ ସିଙ୍ଗର ହ୍ୟୁମାନ ସାଗର । ୩୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ଖବର ଶୁଣିବା ପରେ କେବଳ କଳାକାର ନୁହେଁ, ବିଭିନ୍ନ ବୟସ ବର୍ଗର ଲୋକେ ପାର୍ଥିବ ଶରୀର ଦେଖିବାକୁ ଏମ୍‌ସରେ ଭିଡ଼ ଲଗାଇଥିଲେ । ରାତି ୯ଟା ୮ ମିନିଟରେ ପରଲୋକ ହେବା ପରେ ପ୍ରାୟ ସାଢେ ୧୧ଟା ବେଳକୁ ଏମ୍‌ସରୁ କଟକ ବାସଭବନ ଅଭିମୁଖେ ଯାଇଥିଲା ମୃତଦେହ ।  କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଝୁରୁଛନ୍ତି ଫ୍ୟାନ । ଆଜି ଜନ୍ମସ୍ଥାନ ଟିଟିଲାଗଡର ଡେଙ୍ଗ ଗାଁରେ ହେବ ଶେଷକୃତ୍ୟ । କଟକ ବାସଭବନରେ ପାର୍ଥିବ ଶରୀରର ଶେଷ ଦର୍ଶନ ହୋଇଛି । ଜନ୍ମଭୁମି ଟିଟିଲାଗଡ ଅଭିମୁଖେ ଯାଉଛି ପାର୍ଥିବ ଶରୀର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking