ଭୁବନେଶ୍ୱର: ୨୦୨୭ ଜାତୀୟ ଜନ ଗଣନା ପାଇଁ ଓଡିଶାରେ ଆରମ୍ଭ ହେଲା ପ୍ରକ୍ରିୟା । ଜନଗଣନା ପୂର୍ବରୁ ଆରମ୍ଭ ହୋଇଛି ପୂର୍ବ ପରୀକ୍ଷା ଜନଗଣନା । ପରୀକ୍ଷାମୂଳକ ଭାବେ ୪ଟି ଅଞ୍ଚଳରେ ପ୍ରଥମେ ହେବ ପ୍ରାକ୍ ଜନଗଣନା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପ୍ରାକ୍ ଗୃହ ଗଣନା ଓ ଗୃହ ତାଲିକା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିର ୨୦ଟି ଗାଁରେ ହେବ ଗୃହ ଗଣନା । ମୟୂରଭଞ୍ଜ ଠାକୁରମୁଣ୍ଡାର ୪୪ଟି ଗାଁରେ ଗୃହ ଗଣନା ଓ ଗୃହ ତାଲିକା । ଭୁବନେଶ୍ୱର ମହାନଗର ୨୨ ନଂ ଓ୍ୱାର୍ଡରେ ହେବ ପ୍ରାକ୍ ଗୃହ ଗଣନା । କଟକ ମହାନଗର ଓ୍ୱାର୍ଡ ନଂ ୧୭ରେ ମଧ୍ୟ ହେବ ଗୃହ ଗଣନା ଓ ଗୃହ ତାଲିକା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ସମନ୍ୱୟରେ ଅନୁଷ୍ଠିତ । ଗୃହ ପରିଦର୍ଶନ କରି ନମ୍ୱର ଦେବେ ଓ ଗଣନା ତଥ୍ୟ ସଂଗ୍ରହ କରିବେ ଗଣନାକାରୀ ।










