ଭୁବନେଶ୍ୱର: ନୂଆପଡା ପରାଜୟ ପରେ ଶତ୍ରୁ ଗୃହ ବିଭୀଷଣ କଥା ଉଠାଇଲେ ଭକ୍ତ ଦାସ । କହିଲେ ଆମ ଦଳର ବିଭୀଷଣଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲୁ । ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ । ସୂଚନାଯୋଗ୍ୟ, ନୂଆପଡା ଉପନିର୍ବାଚନ ପାଇଁ ନଭେମ୍ବର ୧୧ରେ ମତଦାନ ହୋଇଥିବା ବେଳେ ନଭେମ୍ବର ୧୪ରେ ଫଳାଫଳ ପ୍ରକାଶ ପାଇଥିଲା । ବିଜେପି ପ୍ରାର୍ଥୀ ଜୟ ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଥିଲେ । ବିଜେପି ପ୍ରାର୍ଥୀ ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ଘାସିରାମ ୪୦ ହଜାର ୧୨୧ଟି ଭୋଟ ପାଇଥିଲା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ଖଣ୍ଡ ଭୋଟ ପାଇଥିଲେ ।










