21.1 C
Bhubaneswar
Friday, February 6, 2026
Homeଓଡିଶାଭତ୍ତା ଟଙ୍କା ପାଇଁ ବାପାକୁ ପିଟି ପିଟି ହତ୍ୟା

ଭତ୍ତା ଟଙ୍କା ପାଇଁ ବାପାକୁ ପିଟି ପିଟି ହତ୍ୟା

ପୋଲସରା: ପୋଲସରାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭତ୍ତା ଟଙ୍କା ପାଇଁ ବାପାକୁ ପିଟିପିଟି ହତ୍ୟା କଲା ପୁଅ। କବିସୂର୍ଯ୍ୟନଗର ଥାନା ଏ.ବରିଡା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକଙ୍କୁ ପଦ୍ମନାଭ ସାହୁ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ଯୁବକ ଜଣକ ତାଙ୍କ ବାପାଙ୍କୁ ଭତ୍ତା ଟଙ୍କା ଦେବାକୁ କହିଥିଲେ କିନ୍ତୁ ବାପା ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। କିନ୍ତୁ, ଏହି ସମୟରେ ପୁଅ ଉତ୍ତେଜିତ ହୋଇ ତାଙ୍କ ବାପାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲା। ଫଳସ୍ୱରୂପ ଘଟଣାସ୍ଥଳେ ପଦ୍ମନାଭଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଅଭିଯୁକ୍ତ ପୁଅ ରମେଶ ସାହୁକୁ ଅଟକ ରଖିଛି ପୋଲିସ। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପଲିସ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking