27.1 C
Bhubaneswar
Wednesday, February 4, 2026
Homeଓଡିଶାନୂଆପଡ଼ା ବିଜୟ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଜୟ ଢୋଲକିଆ

ନୂଆପଡ଼ା ବିଜୟ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଜୟ ଢୋଲକିଆ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଜୟ ଢୋଲକିଆ। ନୂଆପଡ଼ା ଉପନିର୍ବାଚନରେ ବିଜେପି ବିପୁଳ ସଂଖ୍ୟାରେ ଭୋଟ ହାତେଇ ବିଜୟ ହାସଲ କରିବା ପରେ ଆଜି (ଶନିବାର) ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ ଲାଭ କରିଛନ୍ତି ଜୟ ଢୋଲକିଆ। ପୂରା ପରିବାର ସହ ବିଜେପିର ନବନିର୍ବାଚିତ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ମା’ ଲକ୍ଷ୍ମୀ, ମା’ ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ‌। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଜୟ ଢୋଲକିଆ ପହଞ୍ଚିବା ପରେ ସେବାୟତ ଓ ବିଜେପିର ନେତା ଏବଂ କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଜୟ ଢୋଲକିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ମହାପ୍ରଭୁଙ୍କ ଆଶୀର୍ବାଦରୁ ଏତେ ବଡ଼ ବିଜୟ ହାସଲ କରିପାରିଛୁ। ନୂଆପଡ଼ାବାସୀଙ୍କର ହେଉଛି ଏହି ବିଜୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପିର ସମସ୍ତ ନେତା ଓ କର୍ମକର୍ତ୍ତାଙ୍କ ଯୋଗୁଁ ଏହି ବିଜୟ ହୋଇଛି। ବାପା ରାଜେନ୍ଦ୍ର ଢୋଲକିଆଙ୍କ ଅଧୁରା ସ୍ବପ୍ନ ପୁରଣ କରିବା ପାଇଁ ମହାପ୍ରଭୁ ମତେ ଶକ୍ତି ପ୍ରଦାନ କରନ୍ତୁ, ସେନେଇ ପ୍ରାର୍ଥନା କରିଛି।”

ଜୟ ଢୋଲକିଆଙ୍କ ଦର୍ଶନ ସମୟରେ ପୁରୀ ସାଂସଦ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏବଂ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ସାମିଲ୍ ଥିଲେ। ବ୍ୟବସାୟୀରୁ ବିଧାୟକ ହୋଇଛନ୍ତି, ୩୨ ବର୍ଷୀୟ ଜୟ ଢୋଲକିଆ। ଜୟ ଢୋଲକିଆ ହେଉଛନ୍ତି ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ସୁପୁତ୍ର । ବାପା ରାଜେନ୍ଦ୍ର ଢୋଲକିଆ ୪ ଥରର ବିଧାୟକ ଥିବାବେଳେ ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ ରାଜନୀତିଠୁ ଦୂରେଇ ରହି ବ୍ୟବସାୟ କରୁଥିଲେ ଜୟ । ବାପା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ରାଜନୀତିରେ ପାଦ ଥାପିଥିଲେ ଜୟ ଢୋଲକିଆ। ଗତ ଅକ୍ଟୋବର ୧୧ରେ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ବିଜେପି ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking