26.1 C
Bhubaneswar
Sunday, December 7, 2025
Homeଓଡିଶାଖସିଲା ପାରଦ: ବଢିଲା ଶୀତ

ଖସିଲା ପାରଦ: ବଢିଲା ଶୀତ

ଭୁବନେଶ୍ୱର: ଓଡିଶାରେ ଶୀତ ଲହରୀ ଆରମ୍ଭ ହୋଇଛି । ହଠାତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ପଡିବା ଆରମ୍ଭ କରିଛି । ସାରା ରାଜ୍ୟରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି । ୨୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୬ ଡିଗ୍ରି କମ୍ ରହିଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ, ଯାହାଦ୍ୱାରା ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।ଏହାପରେ ତାପମାତ୍ରା ୩-୪ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking