15.1 C
Bhubaneswar
Saturday, December 6, 2025
Homeଓଡିଶାଏକପାଖିଆ ଦମନଲୀଳା ଚଳାଇଛି ନୂଆପଡ଼ା ପୁଲିିସ: ବିଜେଡି

ଏକପାଖିଆ ଦମନଲୀଳା ଚଳାଇଛି ନୂଆପଡ଼ା ପୁଲିିସ: ବିଜେଡି

ଭୁବନେଶ୍ୱର: ନିର୍ବାଚନ ହାରିବା ଭୟରେ ବିଜେପି ଏବେ ପୁଲିସକୁ ବିଜେଡି ନେତାଙ୍କ ପଛରେ ଲଗାଇ ଦେଇଛି । ଯାହାକୁ ପାରିଲେ ଗିରଫ କରିନେଉଛନ୍ତି । ଆଜି ବିଜେଡି ନେତୃବୃନ୍ଦ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହାର ତୀବ୍ର ପ୍ରତିବାଦ କରିଛନ୍ତି । ବିଜେଡି ପକ୍ଷରୁ କୁହାଯାଇଛି ଯେ ନୂଆପଡ଼ା ପୁଲିସ୍ ଅବୈଧ ଭାବରେ ବିଜେଡି ଏନ୍ଏସି ଅଧ୍ୟକ୍ଷ ଶ୍ରୀ ସୁବାସ ପଣ୍ଡା ଓ ଶ୍ରୀ ବବଲୁ ଖାନଙ୍କୁ ଗିରଫ କରିବା ନିନ୍ଦନୀୟ ଘଟଣା । ଗତ ରାତିରେ ବିଜେପିର ଏଜେଣ୍ଟମାନେ, ବିଶେଷକରି ପଡ଼ୋଶୀ ଛତିଶଗଡ଼ରୁ ଆସିଥିବା ଗୁଣ୍ଡା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିପୁଳ ପରିମାଣର ଟଙ୍କା ବାଣ୍ଟିଥିଲେ । ବିଜେଡିର ଉପରୋକ୍ତ ଦୁଇ ନେତା ଶାନ୍ତିପୂର୍ଣ୍ଣ ଭାବରେ ଏହି ବେଆଇନ୍ କାର୍ଯ୍ୟର ବିରୋଧ କରୁଥିବା ବେଳେ ତାଙ୍କୁ ପୁଲିସ ଗିରଫ କରିଛି । ବିଜେପି ନିଦେ୍ର୍ଦଶରେ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରାଯାଉଛି । ବିଜେଡି ଆହୁରି କହିଛି ଯେ, ଜିଲ୍ଲା ପ୍ରଶାସନ ଏକତରଫା ଭାବେ କାର୍ଯ୍ୟାନୁଷ୍ଠାନ ନେଉଛି । ଯେଉଁମାନେ ନିର୍ବାଚନ ଆୟୋଗଙ୍କ ନିମୟକୁ ମାନୁନାହାନ୍ତି ସେମାନଙ୍କ ଦେହରେ ପ୍ରଶାସନ ହାତ ମାରିପାରୁ ନାହିଁ । କେବଳ ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ରାଜନୈତିକ ଉଦେ୍ଦଶ୍ୟ ରଖି ବିଜେଡି ନେତାଙ୍କୁ ଟାର୍ଗେଟ କରାଯାଉଛି । ପ୍ରତିପକ୍ଷ ନେତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ଶ୍ରୀ ପଣ୍ଡା ଓ ଶ୍ରୀ ଖାନ୍ଙ୍କୁ ବେଆଇନ୍ ଭାବେ ଗିରଫ କରି ଭୋଟ ଦାନ ପାଇଁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ବି କ୍ଷୁର୍ଣ୍ଣ କରାଯାଇଛି । ତେଣୁ ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking