ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାହୁଲ ଗାନ୍ଧିଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାହୁଲ ଗାନ୍ଧିଙ୍କୁ ବିହାରର ବ ଅକ୍ଷର ଜଣାନାହିଁ । ତାଙ୍କ ବୟାନର ପ୍ରଭାବ ମହାମେଣ୍ଟର ଅନ୍ୟଦଳକୁ ଭୋଗିବାକୁ ପଡୁଛି । ବିହାରର ପରିଶ୍ରମୀ ଲୋକଙ୍କ ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କର ଅତୀତକୁ ଦେଖିବା ଦରକାର । ସ୍ବାଧୀନତାର ୪୦ ବର୍ଷ ପର୍ୟ୍ୟନ୍ତ ବିହାରରେ କଂଗ୍ରେସ ଶାସନ ଥିଲା । ଏହା ପରେ ୧୫ବର୍ଷ କଂଗ୍ରେସର ସାଥୀ ଦଳ ଆରଜେଡି କ୍ଷମତାରେ ଥିଲା ।
ଏହି ୫୫ ବର୍ଷ ଭିତରେ କଂଗ୍ରେସ ଓ ଆରଜେଡି ବିହାରକୁ ପଛକୁ ଠେଲିବାକୁ କୌଣସି ଅବସର ଛାଡିନାହାନ୍ତି । ୨୦୦୫ରେ ବିହାରର ଲୋକମାନେ ଆରଜେଡିର ଜଂଗଲରାଜକୁ ବିଦାକରି ଏନଡିଏ ସରକାର ଗଠନ କରିଥିଲେ । କିନ୍ତୁ କଂଗ୍ରେସକୁ ଏହା ଭଲ ଲାଗି ନଥିଲା । ୨୦୦୫ରୁ ୨୦୧୪ ପର୍ୟ୍ୟନ୍ତ ୯ ବର୍ଷ କେନ୍ଦ୍ର ସରକାରରେ ରହି କଂଗ୍ରେସ ବିହାରକୁ ସାବତ ବ୍ୟବହାର କରିଥିଲା । ତେଣୁ ରାହୁଲ ଗାନ୍ଧି କୌଣସି ପ୍ରଶ୍ନ ପଚାରିବା ପୂର୍ବରୁ ବିହାର ବାସୀଙ୍କୁ ପୂର୍ବରୁ କରିଥିବା ଅନ୍ୟାୟର ହିସାବ ଦେବା ଦରକାର । ୨୦୦୪ରୁ ୨୦୧୪ ମଧ୍ୟରେ କଂଗ୍ରେସ ଦ୍ବାରା ବିହାରକୁ ଦିଆଯାଇଥିବା ଅନୁଦାନ ଏବଂ ୨୦୧୪ରୁ ୨୦୨୫ ମଧ୍ୟରେ ମୋଦି ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା ଓ ଅନୁଦାନର ତୁଳନାତ୍ମକ ତଥ୍ୟ ରଖିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।










