19.1 C
Bhubaneswar
Sunday, February 15, 2026
Homeଓଡିଶାଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ

ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ

ସୁନ୍ଦରଗଡ଼ : ସରଣ୍ଡା ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ଗୁଳି ବିନିମୟ ହୋଇଛି। ସୂଚନା ଅନୁସାରେ ସୁରକ୍ଷା ବାହିନୀ ପକ୍ଷରୁ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ଜରେଇକେଲା ଥାନା ଅଧୀନସ୍ଥ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଅପରାହ୍ଣ ୩ଟା ରୁ ୪ଟା ମଧ୍ୟରେ ଏହି ଘଟଣା ଘଟିଛି। ସୁରକ୍ଷା ବାହିନୀକୁ ଦେଖି ମାଓବାଦୀମାନେ ହଠାତ୍‌ ଗୁଳି ଚଳାଇ ଥିଲେ। ଏହାର ଜବାବରେ ପୁଲିସ ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା। କିଛି ସମୟ ଧରି ଗୁଳିବିନିମୟ ଜାରି ରହିଥିଲା ଏବଂ ଏଥିରେ କେତେକ ମାଓବାଦୀ ଆହତ ହୋଇଥାଇ ପାରନ୍ତି ବୋଲି ପୁଲିସ କହିଛି। ଏନକାଉଣ୍ଟର ସ୍ଥଳରୁ ପୁଲିସ ଦୁଇଟି ଏସ୍‌ଏଲ୍ଆର୍‌ ରାଇଫଲ୍ ଏବଂ ଗୋଟିଏ .୩୦୩ ରାଇଫଲ୍ ଜବତ କରିଛି। ପରେ ଜଣେ ମାଓବାଦୀ ନିହତ ହୋଇଥିବା କୁହାଯାଉଥିବାବେଳେ ସେନେଇ ସ୍ପଷ୍ଟ ହୋଇନାହିଁ।  ଏବେ ଯାଏ ଏନକାଉଣ୍ଟର ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking