ନୂଆଦିଲ୍ଲୀ: ଚତୁର୍ଥ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୪୮ ରନ୍ରେ ହରାଇ ସିରିଜ୍ରେ ଆଗୁଆ ଭାରତ। ପାଞ୍ଚ ମ୍ୟାଚ୍ ସିରିଜ୍ରେ ଭାରତ ୨-୧ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆକୁ ୧୬୮ ରନର ଟାର୍ଗେଟ ଦେଇଥିଲା ଭାରତ। ଅଷ୍ଟ୍ରେଲିଆ ୧୮.୨ ଓଭରରେ ୧୧୯ ରନରେ ଅଲଆଉଟ୍ ହୋଇଛି। ୱାଶିଂଟନ ସୁନ୍ଦର ୩ ରନ ଦେଇ ୩ ୱିକେଟ୍ ନେଇଛନ୍ତି। ଅକ୍ଷର ପଟେଲ ଏବଂ ଶିବମ୍ ଦୁବେ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି।ପୂର୍ବରୁ, ଟସ୍ ହାରିବା ପରେ ବ୍ୟାଟିଂ କରୁଥିବା ଭାରତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ଶୁଭମନ ଗିଲ୍ ସର୍ବାଧିକ ୪୬ ରନ୍ କରିଥିଲେ। ଶୁଭମନଙ୍କ ସହ ଓପନିଂ ପାର୍ଟନରସିପରେ ଅଭିଷେକ ଶର୍ମା ୫୬ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୦ ରନ୍ କରି ଏବଂ ଶିବମ୍ ଦୁବେ ୨୨ ରନ୍ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆର ନାଥନ୍ ଏଲିସ୍ ଏବଂ ଆଡାମ ଜାମ୍ପା ପ୍ରତ୍ୟେକେ ୩ ୱିକେଟ୍ ନେଇଥିଲେ। ଜାଭିୟର ବାର୍ଟଲେଟ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ପ୍ରତ୍ୟେକେ ଗୋଟିଏ ୱିକେଟ୍ ନେଇଥିଲେ।










