କଟକ: ପାଇଖାନା ଟାଙ୍କିରେ ପଡି ୩ ଜଣଙ୍କ ମୃତ୍ୟୁ ହୋଇଛି । ବଡ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ନରସିଂହପୁର ବଡମ୍ବା ଥାନା ରଗଡିପଦାରେ ଏହି ଅଘଟଣ ଘଟିଛି । ୩ ମୃତକଙ୍କ ମଧ୍ୟରେ ୨ ନାବାଳକ, ଜଣେ ନାବାଳିକା ଅଛନ୍ତି । ଦ୍ୱିପହର ସମୟରେ ଘରେ ପରିବାର ଲୋକେ ଶୋଇଥିବା ବେଳେ ପାଇଖାନା ଟାଙ୍କି ପାଖରେ ପିଲାମାନେ ଖେଳିବାବେଳେ ପାଇଖାନା ଟାଙ୍କିରେ ପଡି ଯାଇଥିଲେ। ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ପଞ୍ଚୁକ ପାଇଁ ସ୍କୁଲ ଛୁଟି ଥିବା ବେଳେ ମାମୁଘରକୁ ଆସିଥିଲେ ୩ ଜଣ ।ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏବଂ ପୋଲିସ ପକ୍ଷରୁ ମଧ୍ୟ ତିନୋଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ୩ ଜଣଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।










